Latest Odisha News

BREAKING NEWS

ଘର ଭିତରୁ ଶିକ୍ଷୟିତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ସ୍ୱାମୀ ଅଟକ

ନୟାଗଡ଼: ଘର ଭିତରୁ ଶିକ୍ଷୟିତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର। ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଚମ୍ପତିପୁର ଗାଁରେ ଘର ଭିତରୁ ମିଳିଲା ମୃତଦେହ। ଟଙ୍କା ପାଇଁ ଶାଶୁଘର ଲୋକ ପିଟି ପିଟି ମାରିଦେଇଥିବା ଅଭିଯୋଗ । ମୃତ ଶିକ୍ଷୟିତ୍ରୀଜଣକ ହେଉଛନ୍ତି ପଦ୍ମିନୀ ପ୍ରଧାନ। ସେ ଓଡ଼ଗାଁ ଆଦର୍ଶ…

ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀ ମାମଲା:ରାୟ ସଂରକ୍ଷିତ

ଭୁବନେଶ୍ବର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀ ମାମଲାର ଖୋର୍ଦ୍ଧା କୋର୍ଟରେ ଶୁଣାଣି ହୋଇଛି । କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ପୀତାମ୍ବର ଆଚାର୍ଯ୍ୟଙ୍କ ସମେତ ୪୦ ଆଇନଜୀବୀ ଏହି ମାମଲାରେ ଯୁକ୍ତି ଉପସ୍ଥାପନ କରିଥିଲେ । ଇଭିଏମ ଭଙ୍ଗା ଘଟଣାରେ ପୋଲିସ ଖୋର୍ଦ୍ଧା…

୨୦ ଫୁଟ ତଳକୁ ଖସିଲା ପିକ୍‌ଅପ୍‌, ୨ ମହିଳା ଶ୍ରମିକ ମୃତ

ସୁନ୍ଦରଗଡ଼: ୨୦ ଫୁଟ ତଳକୁ ଖସିଲା ପିକ୍‌ଅପ୍‌, ୨ ମହିଳା ଶ୍ରମିକ ମୃତ। ୫ ଗୁରୁତର ଆହତ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅନ୍ତର୍ଗତ ଉସତାଲି ଘାଟିରେ ଏହି ଦୁର୍ଘଟଣା ଘଟିଛି। ଗୁରୁତର ଶ୍ରମିକଙ୍କୁ ହେମଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ରାସ୍ତା କାମ ପାଇଁ ହେମଗିରିରୁ…

୨୦୧୦ ଟି୨୦ ବିଶ୍ୱକପ: ଇଂଲଣ୍ଡ ଚାମ୍ପିୟନ, ଭାରତ ସୁପର ଏଇଟରୁ ବିଦା

ୱେଷ୍ଟଇଣ୍ଡିଜରେ ୨୦୧୦ ଟି୨୦ ବିଶ୍ୱକପ ଆୟୋଜିତ ହୋଇଥିଲା । ଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ଇଂଲଣ୍ଡ ଚାମ୍ପିୟନ ହୋଇଥିବା ବେଳେ ଭାରତ ସୁପର ଏଇଟରୁ ବିଦାୟ ନେଇଥିଲା । ୧୨ଟି ଟିମକୁ ୪ଟି ଗ୍ରୁପରେ ଭାଗ କରାଯାଇଥିଲା । ଭାରତ ଗ୍ରୁପ ସିରେ ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ ସହ ରହିଥିଲା । ପ୍ରଥମ…

ଆସାମରେ ‘ରେମାଲ’ର ପ୍ରଭାବ: ୪୨ ହଜାର ଲୋକ ପ୍ରଭାବିତ, ୫ ମୃତ

ଗୁହାଟି: ପଶ୍ଚିମବଙ୍ଗ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରଠାରୁ ଭାରତର ପୂର୍ବ ଏବଂ ଉତ୍ତର ପୂର୍ବର ଅନେକ ସ୍ଥାନରେ ବର୍ଷା ଜାରି ରହିଛି। ଆସାମରେ ଲଗାତାର ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ତ୍ତମାନ ସୁଦ୍ଧା ବନ୍ୟାରେ ୪୨ ହଜାରରୁ ଅଧିକ ଲୋକ ପ୍ରଭାବିତ…

ତାତିରୁ ନିସ୍ତାର ନାହିଁ: ସାଢ଼େ ୧୧ ରେ ୪୨ ଡିଗ୍ରୀ ଟପିଲା ତାପମାତ୍ରା

ଭୁବନେଶ୍ୱର :ସାରା ରାଜ୍ୟରେ କଲବଲ କରୁଛି ତାତି । ରାଜ୍ୟରେ ଅସହ୍ୟ ଗୁଳୁଗୁଳି ସହ ପ୍ରବଳ ଗରମରେ ହନ୍ତସନ୍ତ ହେଉଛନ୍ତି ଲୋକେ । ଏପଟେ ଆଜି ସାଢ଼େ ୧୧ ରେ ୪୨ ଡିଗ୍ରୀ ଟପିଲା ତାପମାତ୍ରା । ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ା ତାପମାତ୍ରା ୪୨.୨ ଡିଗ୍ରୀସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ…

ଅସ୍ବାଭାବିକ ମୃତ୍ୟୁ ଘଟଣା:ଦିନ ୧୧ରୁ ୩ଟା ଭିତରେ ଖରାକୁ ନବାହାରିବାକୁ ପରାମର୍ଶ ଦେଲେ ଏସ୍‌ଆର୍‌ସି

ସୁନ୍ଦରଗଡ଼:ସୁନ୍ଦରଗଡ଼ ଜିଲ୍ଲାରେ ଅସ୍ବାଭାବିକ ମୃତ୍ୟୁର କରାଯିବ ତଦନ୍ତ । ପିକ୍ ଆୱାରରେ କାମ କରିବା ଯୋଗୁଁ ମୃତ୍ୟୁ ଘଟିଥିବା ପ୍ରାରମ୍ଭିକ ଅନୁମାନ କରାଯାଉଛି । ତେବେ ପିକ୍ ଆୱାର କାମ ବାରଣ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦେଶ ଉଲ୍ଲଂଘନ କଲେ, ଆଇନ ଅନୁସାରେ…

ଆଜିଠାରୁ ମହାପ୍ରଭୁଙ୍କ ୨୧ଦିନ ବ୍ୟାପୀ ଭିତର ଚନ୍ଦନ ଯାତ୍ରା ଆରମ୍ଭ

ପୁରୀ: ଶ୍ରୀମନ୍ଦିରରେ ଆଜିଠାରୁ ମହାପ୍ରଭୁଙ୍କ ୨୧ଦିନ ବ୍ୟାପୀ ଭିତର ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି। ଏହା ଦେବସ୍ନାନ ପୂର୍ଣ୍ଣମୀ ପୂର୍ବଦିନ ପର୍ଯ୍ୟନ୍ତ ଚାଲୁରହିବ । ଆସନ୍ତା ରବିବାର ଜ୍ୟେଷ୍ଠ କୃଷ୍ଣ ଏକଦଶୀରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଜଳକ୍ରୀଡ଼ା କରିବେ। ବୈଶାଖ ଶୁକ୍ଳ ତୃତୀୟା ବା…

ହସ୍ ମନି ମାମଲାରେ ଡୋନାଲ୍ଡ ଟ୍ରମ୍ପ ଦୋଷୀ ସାବ୍ୟସ୍ତ, ରାଷ୍ଟ୍ରପତି ନିର୍ବାଚନରେ ​​କରିପାରିବେ କି ପ୍ରତିଦ୍ୱନ୍ଦ୍ୱିତା…

ୱାଶିଂଟନ: ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୩୪ଟି ମାମଲାରେ ଆମେରିକୀୟ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଆମେରିକାର ଇତିହାସରେ ସେ ପ୍ରଥମ ପୂର୍ବତନ ରାଷ୍ଟ୍ରପତି ହୋଇଛନ୍ତି ଯିଏ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ହସ୍ ମନି ମାମଲାରେ ଦୋଷୀ…

କୁଟିମସ୍କା ଜଙ୍ଗଲରୁ ଦନ୍ତା ହାତୀର ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

କଳାହାଣ୍ଡି: ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ସେମେଲପଦର ଗାଁ ନିକଟସ୍ଥ କୁଟିମସ୍କା ଜଙ୍ଗଲରୁ ଏକ ଦନ୍ତା ହାତୀର ମୃତଦେହ ଠାବ କରାଯାଇଛି। ମୃତ ହାତୀର ବୟସ ୧୦ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଖବର ପାଇ ଘଟଣାସ୍ଥଳରେ ବନବିଭାଗ ଜଗି ରହିଛି। ହାତୀ-ହାତୀ ମଧ୍ୟରେ ଲଢେଇ ହୋଇ ହାତୀଟିର ମୃତ୍ୟୁ…