Latest Odisha News

BREAKING NEWS

କୋଭିଡ୍‌ ରୋଗୀଙ୍କୁ ଫ୍ରୁଟ୍‌ ବାସ୍କେଟ୍‌ ସହ ‘ଶୀଘ୍ର ସୁସ୍ଥ ହେବା’ ବାର୍ତ୍ତା ପଠାଇଲେ ମମତା

କୋଲକାତା: ମମତା ବାନାର୍ଜୀ ରାଜ୍ୟରେ କୋଭିଡ ରୋଗୀଙ୍କ ପାଇଁ ଏକ ନିଆରା ପଦକ୍ଷେପ ଆରମ୍ଭ କରିଛନ୍ତି। ରୋଗୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ‘ଶୀଘ୍ର ସୁସ୍ଥ ହେବା’ ବାର୍ତ୍ତା ସହିତ ସରକାର ଏକ ଫଳ ଟୋକେଇ ମଧ୍ୟ ପଠାଉଛନ୍ତି।

ଏପର୍ଯ୍ୟନ୍ତ ପ୍ରାୟ ୧୦,୦୦୦ ଫଳ ଟୋକେଇ ପ୍ରସ୍ତୁତ ହୋଇ କୋଲକାତାରେ ବଣ୍ଟନ ଆରମ୍ଭ ହୋଇଛି।

ବାର୍ତ୍ତା ସହିତ ଫଳ ଟୋକେଇ ବଣ୍ଟନ କରିବାର କାର୍ଯ୍ୟ ଭାର କାଉନସିଲରମାନଙ୍କୁ ଦିଆଯାଇଛି। ସେମାନେ ଫ୍ରୁଟ୍‌ ବାସ୍କେଟ୍‌ ବାଣ୍ଟିବା ଲାଗି କୋଭିଡ୍ ରୋଗୀଙ୍କ ଘର ପରିଦର୍ଶନ କରୁଛନ୍ତି। ଯେଉଁ ୟୁନିଟ୍ ଗୁଡିକରେ ସଂକ୍ରମଣ ହାର ଅଧିକ, ବାସ୍କେଟ୍‌ଗୁଡିକ ଘର ବା କୋଠା ବାହାରେ ପକାଯାଉଛି ଏବଂ ବାସିନ୍ଦାଙ୍କୁ ଫୋନ୍ ମାଧ୍ୟମରେ ସୂଚନା ଦିଆଯାଇଛି।

Leave A Reply

Your email address will not be published.