Latest Odisha News

BREAKING NEWS

ରେକର୍ଡ ଭାଙ୍ଗିଲା କରୋନା ମାମଲା; ୨୪ ଘଣ୍ଟାରେ ୧ ଲକ୍ଷରୁ ଅଧିକ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ସର୍ବାଧିକ ୧,୧୭,୧୦୦ ନୂତନ ମାମଲା ରିପୋର୍ଟ ହୋଇଛି।ଯାହା ପୂର୍ବ ଦିନ ତୁଳନାରେ ୨୮.୮% ଅଧିକ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପ୍ରଦତ୍ତ ତଥ୍ୟରେ ଦର୍ଶାଯାଇଛି।

ଶେଷ ଥର ପାଇଁ ଜୁନ୍‌ ୬ରେ ଭାରତର ଦୈନିକ ମାମଲା ୧ ଲକ୍ଷ ଅତିକ୍ରମ କରିଥିଲା।

ସର୍ବାଧିକ ମାମଲା ରିପୋର୍ଟ ହୋଇଥିବା ଶ୍ରେଷ୍ଠ ପାଞ୍ଚଟି ରାଜ୍ୟ ହେଉଛି ମହାରାଷ୍ଟ୍ର,( ୩୬,୨୬୫), ପଶ୍ଚିମବଙ୍ଗରେ (୧୫,୪୨୧), ଦିଲ୍ଲୀରେ ୧୫,୦୯୭ ମାମଲା, ତାମିଲନାଡୁରେ ୬,୯୮୩ ମାମଲା ଏବଂ କର୍ଣ୍ଣାଟକରେ ୫,୦୩୧ ମାମଲା ରି‌ପୋର୍ଟ ହୋଇଥିଲା।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୋଟ ରିପୋର୍ଟ ହୋଇଥିବା ମୃତ୍ୟୁ ସଂଖ୍ୟା ୪,୮୩,୧୭୮ ରେ ପହଞ୍ଚିଛି।

Leave A Reply

Your email address will not be published.