Latest Odisha News

ଶୀତଦିନେ ଏହି ଫଳ ଚମକାଇବ ତ୍ବଚା

ନୂଆଦିଲ୍ଲୀ : ସୁନ୍ଦର ଓ କୋମଳ ତ୍ୱଚା ପାଇବାକୁ କିଏ ବା ନଚାହେଁ  । ଏଥିଲାଗି ବହୁ ଲୋକ ମାର୍କେଟରେ ମିଳୁଥିବା ବିଭିନ୍ନ ପ୍ରକାରର କ୍ରିମ, ଫେସ ପ୍ୟାକ ଆଦିର ବ୍ୟବହାର କରିଥାଆନ୍ତି। କିନ୍ତୁ ଏହା ଆମ ସ୍ବାସ୍ଥ୍ୟ ପାଇଁ ବହୁ କ୍ଷତିକାରକ  । ଆସନ୍ତୁ ଜାଣିବା ଏପରି କିଛି ଫଳ ରହିଛି , ଯାହା ସ୍ୱାସ୍ଥ୍ୟ ପାଇଁ ହିତକାରକ ହେବା ସହ ତ୍ୱଚା ପାଇଁ ମଧ୍ୟ ଖୁବ ଲାଭଦାୟକ ଅଟେ। ପାଚିଲା ଅମୃତଭଣ୍ଡା ଛୋଟ ଖଣ୍ଡରେ ଏକ ଚାମଚ ମହୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାଇ ୩୦ ମିନିଟ ପର୍ୟ୍ୟନ୍ତ ରଖନ୍ତୁ। ପେଷ୍ଟଟି ମୁହଁରେ ଶୁଖିଗଲା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।

ଏହାକୁ ସପ୍ତାହରେ ଥରେ ବ୍ୟବହାର କରନ୍ତୁ, ଆପଣଙ୍କ ତ୍ବଚାରେ ଚମକ ଆସିବ  । ପାଚିଲା ଅମୃତଭଣ୍ଡା ଚୋପା ମୁହଁ ଭାଙ୍ଗ ଦୂର କରିବାରେ ସହାୟକ ହୋଇଥାଏ। ମୃତ କୋଷିକାକୁ ଦୂର କରିବା ସହ ମୁହଁରୁ ଭାଙ୍ଗ ଓ ଦାଗ ଦୂର କରିଥାଏ। ସେହିପରି କଞ୍ଚା ଅମୃତଭଣ୍ଡାର ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ଆଖି ତଳେ ଚାରି କଡରେ ଲଗାଇ ୧୦ ମିନିଟ ଛାଡି ଦିଅନ୍ତୁ। ପରେ ଉଷୁମ ପାଣିରେ ଏକ ତୁଳାକୁ ଭିଜାଇ, ସେଥିରେ ସଫା କରି ପୋଛି ଦିଅନ୍ତୁ। ଏହା ମୁହଁରୁ ବ୍ରଣ ଦୂର କରିବାରେ ସହାୟକ ହୁଏ  ।

କ୍ଷୀରରେ ଆମ୍ବ ରସ ଓ କିଛି ଦଲିଆ , ବାଦାମକୁ ମିଶାନ୍ତୁ । ଏହି ମିଶ୍ରଣକୁ ମୁହଁରେ ଲଗାଇ କିଛି ସମୟ ରଖି ଧୋଇ ଦିଅନ୍ତୁ। ଏହାକୁ ସପ୍ତାହକୁ ଥରେ ଲଗାଇବା ଦ୍ୱାରା ଡ଼େଡ଼ ସ୍କିନ୍‍ ସମସ୍ୟା ଦୂର ହୋଇଥାଏ। ମୁହଁ କୋମଳ ହୋଇଥାଏ। ବେସନ, ମହୁ ଓ ଆମ୍ବ ରସକୁ ମଧ୍ୟ ମୁହଁରେ ଲଗାଇପାରିବେ  ।  ଯାହା ଦ୍ୱାରା ମୁହଁର ଦାଗ ଦୂର ହୋଇଥାଏ।

Leave A Reply

Your email address will not be published.