Latest Odisha News

BREAKING NEWS

ଏମିତି ଗାଁ , ଯେଉଁଠି ଦୁଇ ଦଶକ ହେବ ହୋଇପାରୁନି ବାହାଘର

ନୂଆଦିଲ୍ଲୀ : ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କୁହନ୍ତୁ ଅବା ଆଧୁନିକ ସହର ସବୁଠି ବିବାହ ସୁରୁଖୁରୁରେ ହେଉଥିବା ଦେଖାଯାଏ। କିନ୍ତୁ ବିହାରରେ ଏମିତି ଏକ ଗାଁ ରହିଛି ରହିଛି  । ଯେଉଁଠି ଦୁଇ ଦଶକ ହେବ ଶାହାନାଇ ବାଜିନାହିଁ ଅର୍ଥାତ୍‌ କାହାର ବାହାଘର ହୋଇନାହିଁ। ଆଉ କାରଣ ଜାଣିଲେ ବି ଆପଣମାନେ ଆଶ୍ଚର୍ଯ୍ୟଚକିତ ହୋଇଯିବେ  । ହଁ ଆଜ୍ଞା ବିଶ୍ବାସ ନ ହେଉଥିଲେ ବି ସତ ।

ବିହାର ଭାଗଲପୁର ଜିଲ୍ଲାରେ ରହିଛି ଏହି ଗାଁ  । ଯାହାର ନାମ ଚନ୍ନୋହଲି ଗାଁ । ଏଠାରେ ପ୍ରାୟ ୩ ହଜାରରୁ ଉର୍ଦ୍ଧ୍ବ ଲୋକ ବସବାସ କରନ୍ତି । ହେଲେ ଗାଁକୁ ଗମନାଗମନର ସୁବିଧା ନାହିଁ । ସ୍ଥାନୀୟ ଲୋକ ଙ୍କ କହିବା ଅନୁଯାୟୀ ଏହି ଗାଁକୁ ରାସ୍ତା ସଂଯୋଗ ନଥିବାରୁ ଯୁବକ ଯୁବତୀଙ୍କ ବିବାହରେ ସମସ୍ୟା ଦେଖାଦେଇଛି । ଗାଁରେ ଯଦି କାହାରି ଦେହ ଖରାପ ହୁଏ ତାହାଲେ କଥା ସରିଲା  । ଖଟିଆ ସାହାର୍ଯ୍ୟରେ ବୋହି ନେବାକୁ ପଡେ ।

ତାହା ପୁଣି କାଦୁଅ ପଚପଚ ରାସ୍ତାରେ  । ବର୍ଷା ଦିନ କଥା ନକହିବା ଭଲ  । ପୁରା ବାହ୍ୟ ଜଗତଠାରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ କହିଲେ ଚଳେ । ଯେହେତୁ ଏହି ଗାଁକୁ ରାସ୍ତାର ସୁବିଧା ନାହିଁ ସେଥିପାଇଁ କେହି ଏହି ଗାଁରୁ ଝିଅ ଆଣିବାକୁ ଅବା ଝିଅ ଦେବାକୁ ଇଚ୍ଛା ପସନ୍ଦ କରନ୍ତି ନାହିଁ। ସରକାର ଗ୍ରାମାଞ୍ଚଳ ଗୁଡିକରେ ବିକାଶ ହେଉଥିବାର ଡିଣ୍ଡିମ ପିଟୁଛନ୍ତି  । କିନ୍ତୁ ସ୍ବାଧୀନତାର ଦୀର୍ଘ ବର୍ଷ ପରେ ଏହି ଗାଁ ଲୋକଙ୍କ ପାଇଁ ମୌଳିକ ସୁବିଧା ପାଇବା ବି ସାତସପନ ପାଲଟିଛି । ନିର୍ବାଚନ ଆସିଲେ ବହୁ ନେତା ମନ୍ତ୍ରୀ , ଏଠାକୁ ଆସନ୍ତି   । ହେଲେ ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ହିଁ ରହିଯାଏ  ।

Leave A Reply

Your email address will not be published.