Latest Odisha News

ଦୟା କରି ଆଉ ଆସନି; ଶ୍ରଦ୍ଧାଳୁଙ୍କୁ ଏଭଳି ଅନୁରୋଧ କଲେ ପ୍ରୟାଗରାଜବାସୀ

ପ୍ରୟାଗରାଜ: ମହାକୁମ୍ଭ ପାଇଁ କ୍ରମାଗତ ଭାବରେ ଭକ୍ତଙ୍କ ଭିଡ଼ ବୃଦ୍ଧି ପାଉଥିବା ବେଳେ ପ୍ରୟାଗରାଜ ବାସିନ୍ଦାଙ୍କ ଦୈନନ୍ଦିନ ଜୀବନ ବ୍ୟାହତ ହେଉଛି। ଏପରିକି ସହରକୁ ଶ୍ରଦ୍ଧାଳୁମାନେ ଆଉ ନଆସିବାକୁ ଅନୁରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା।

ସୋସିଆଲ ମିଡିଆରେ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ ପ୍ରୟାଗରାଜରେ ବିପୁଳ ସଂଖ୍ୟକ ପର୍ଯ୍ୟଟକଙ୍କ ଆଗମନ ଯୋଗୁଁ ସ୍ଥାନୀୟ ଲୋକଙ୍କ ପାଇଁ ଦୈନନ୍ଦିନ ଜୀବନଯାପନ କରିବା କଷ୍ଟକର ହୋଇପଡ଼ିଛି। ରାଜପଥଗୁଡ଼ିକ ଭିଡ଼, ସାର୍ବଜନୀନ ପରିବହନ ଭିଡ଼, ଏବଂ ଛୋଟ ରାସ୍ତାଗୁଡ଼ିକ ମଧ୍ୟ ଲୋକଙ୍କ ଗହଳି ଓ କାରରେ ଭରି ରହିଛି। ତୁମେମାନେ ପରେ ଶାନ୍ତିରେ ଆସିପାରିବ। ଏହି ସହର ଏବଂ ଏହାର ଲୋକଙ୍କ ଉପରେ ଟିକିଏ ଦୟା କର। ଆମେ ତୁମକୁ ନିବେଦନ କରୁଛୁ।

ଉଲ୍ଲେଖଯୋଗ୍ୟ, ବିଶ୍ୱର ସର୍ବବୃହତ ଧାର୍ମିକ ସମାବେଶ ମହାକୁମ୍ଭ ଜାନୁଆରୀ ୧୩ ତାରିଖରେ ଆରମ୍ଭ ହୋଇଥିଲା ବେଳେ ଫେବୃଆରୀ ୨୬ ତାରିଖରେ ଶେଷ ହେବ।

Comments are closed.