Latest Odisha News

ମହାଦେବଙ୍କୁ ପ୍ରସନ୍ନ କରିବାକୁ ଜାଗର ଦିନ ପିନ୍ଧନ୍ତୁ ଏହି ରଙ୍ଗର ପୋଷାକ

ଭୁବନେଶ୍ଵର: ମହା ଶିବରାତ୍ରି ହେଉଛି ହିନ୍ଦୁ ଧର୍ମର ଏକ ଶ୍ରେଷ୍ଠ ବା ମହାନ ପର୍ବ। ଏହି ଦିନ ଦେବଦେବ ମହାଦେବଙ୍କୁ ପୂଜା କରଯାଏ। ଏହା ଫାଲଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଦିନ ପାଳନ କରାଯାଏ। ସାଧାରଣତଃ ଶିବଙ୍କୁ ପ୍ରସନ୍ନ କରିବାର ଦଶଗୋଟି ବ୍ରତ ଅଛି। ସେ ମଧ୍ୟରୁ ଶିବରାତ୍ରି ବ୍ରତ ସର୍ବଶ୍ରେଷ୍ଠ ଓ ସର୍ବକାମପ୍ରଦ ଅଟେ। ଆପଣ ହୁଏତ ଜାଣି ନଥିବେ ପୂଜାର୍ଚ୍ଚନା କରିବା ପାଇଁ ରଙ୍ଗମାନଙ୍କର ବହୁତ ମହତ୍ତ୍ୱ ରହିଛି। ଜାଣନ୍ତୁ ପ୍ରଭୁ ଶଙ୍କରଙ୍କୁ ପ୍ରସନ୍ନ କରିବା ପାଇଁ ପୂଜା କରିବା ସମୟରେ କେଉଁ ରଙ୍ଗର ପୋଷାକ ପିନ୍ଧିବା ଉଚିତ….

  • ଭଗବାନ ଶଙ୍କରଙ୍କୁ ପୂଜା କରିବା ସମୟରେ ସବୁଜ ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ।
  • ପୂଜା ସମୟରେ ଭୁଲରେ ବି କଳା ରଙ୍ଗର ପୋଷାକ ପିନ୍ଧନ୍ତୁ ନାହିଁ। କଳା ରଙ୍ଗର ପୋଷାକ ପିନ୍ଧିଲେ ସେ କ୍ରୋଧିତ ହୋଇଥାଆନ୍ତି।
  • ସବୁଜ ରଙ୍ଗର ପୋଷାକ ପିନ୍ଧିବା ବ୍ୟତୀତ ଲାଲ ରଙ୍ଗର ବସ୍ତ୍ର ମଧ୍ୟ ପିନ୍ଧିପାରିବେ।
  • ଧଳାର ରଙ୍ଗର ପୋଷାକ ମଧ୍ୟ ପିନ୍ଧିପାରିବେ।
  • ହଳଦିଆ ରଙ୍ଗର ପୋଷାକ ପିନ୍ଧିପାରିବେ।
  • ନୀଳ ରଙ୍ଗର ପୋଷାକ ପିନ୍ଧି ପାରିବେ।
  • କେଶର ରଙ୍ଗର ପୋଷାକ ପିନ୍ଧି ପାରିବେ।
  • ସକାଳ ସମୟରେ ସ୍ନାନ କରି ସଫା ବସ୍ତ୍ର ପିନ୍ଧନ୍ତୁ। ସୂତା କନାର ପୋଷାକ ପିନ୍ଧିବା ଦ୍ୱାରା ମନରେ ଶୁଦ୍ଧତା ଆସିଥାଏ। ଏହାପରେ ପୂଜାର ବିଧି ଅନୁଯାୟୀ ପୂଜାର୍ଚ୍ଚନା କରନ୍ତୁ।

Comments are closed.