Latest Odisha News

BREAKING NEWS

ଲଗାତାର ବଢୁଛି ତେଲ ଦର; ଜାଣନ୍ତୁ ଆଜିର ମୂଲ୍ୟ

ନୂଆଦିଲ୍ଲୀ: ଗୋଟିଏ ପଟେ କରୋନା ସଙ୍କଟକୁ ଅନ୍ୟପଟେ ଖାଉଟିଙ୍କୁ ଚିନ୍ତାରେ ପକାଉଛି ମହଙ୍ଗା ମାଡ଼।ଆଜି ମଧ୍ୟ ବଢିଛି ପେଟ୍ରୋଲ, ଡିଜେଲ ଦର । ଲଗାତାର ୧୧ ଦିନ ପାଇଁ ବୃଦ୍ଧି ପାଇଛି ତୈଳ ଦର । ଆଜି ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୫୫ ପଇସା ଓ ୬୯ ପଇସା ବୃଦ୍ଧି ପାଇଛି। ସକାଳ ୬ଟାରୁ ଏହି ନୂଆ ଦର ଲାଗୁ ହୋଇଛି।
ଲଗାତାର ୮୨ ଦିନ ଦର ସ୍ଥିର ରହିବା ପରେ ଗତ ରବିବାର ଦିନ ପ୍ରଥମ ଥର ପାଇଁ ତୈଳ ଦର ବୃଦ୍ଧି କରାଯାଇଥିଲା।
୧୧ଦିନ ଭିତରେ ତୈଳ ଦର ୬ ଟଙ୍କାରୁ ଉର୍ଦ୍ଧ୍ବ ବୃଦ୍ଧି ପାଇଥିବା ରିପୋର୍ଟରେ ପ୍ରକାଶ।

ବର୍ଦ୍ଧିତ ଦର ଅନୁସାରେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୭୭.୨୮ଟଙ୍କା ଓ ଡିଜେଲ ଦର ଲିଟର ପିଛା ୭୫.୭୯ ଟଙ୍କା ରହିଛି ।

ଆଜିର ତୈଳ ଦର ବୃଦ୍ଧି ଫଳରେ ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୭୭.୪୦ ଏବଂ ଡିଜେଲ ୭୩.୨୬ ଟଙ୍କା ହୋଇଯାଇଛି ।

Comments are closed.