Latest Odisha News

ଲଗାତାର ବଢି ଚାଲିଛି ତୈଳ ଦର: ଜାଣନ୍ତୁ କେତେ ରହିଛି ଆଜିର ମୂଲ୍ୟ  

ନୂଆଦିଲ୍ଲୀ:ଦେଶରେ ଲଗାତାର ବଢି ଚାଲିଛି ତୈଳଦର । କରୋନା ସଙ୍କଟ ମଧ୍ୟରେ ଖାଉଟିଙ୍କ ଚିନ୍ତା ବଢ଼ାଉଛି ତୈଳଦର । ଲଗାତାର ୨୧ ଦିନ ବୃଦ୍ଧି ପରେ ଗତକାଲି ଏହା ସ୍ଥିର ରହିଥିଲା । ଗୋଟିଏ ଦିନର ସ୍ଥିରତା ପରେ ଆଜି ପୁନଃ ପେଟ୍ରୋଲ ଲିଟର ପିଛା ୦୫ ପଇସା ଓ ଡିଜେଲ ୧୩ ପଇସା ବୃଦ୍ଧି ଘଟିଛି ।

ବର୍ଦ୍ଧିତ ଦର ଅନୁସାରେ ନୂଆଦିଲ୍ଲୀରେ ଆଜି ପେଟ୍ରୋଲ ଦର ଲିଟର  ପିଛା ୮୦.୪୩ ଟଙ୍କା ହୋଇଥିବା ବେଳେ ଡିଜେଲ ୮୦.୫୩ ଟଙ୍କା ହୋଇଛି।
ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଆଜି ୮୦.୭୫ ଟଙ୍କାରେ ପହଞ୍ଚିଥିବାବେଳେ ଡିଜେଲ ଦର ଲିଟର ପ୍ରତି ୭୮.୫୧ ଟଙ୍କାରେ ପହଞ୍ଚିଛି ।

ଗତ ୨୨ ଦିନ ମଧ୍ୟରେ ପେଟ୍ରୋଲ ଦର ୯.୧୭ ଟଙ୍କା ଓ ଡିଜେଲ ଦର ପାଖାପାଖି ୧୧.୧୪ ଟଙ୍କା ବୃଦ୍ଧି ଘଟିଛି ।

Comments are closed.