ନୂଆଦିଲ୍ଲୀ: ଭାରତ ପ୍ରତ୍ୟାର୍ପଣ ହେବେ କି ମେହୁଲ ଚୋକସି? ଦେଶର ସବୁଠୁ ବଡ଼ ବ୍ୟାଙ୍କ ସ୍କାମ୍ ପିଏନବି ଘୋଟାଲାର ଅଭିଯୁକ୍ତ ମେହୁଲ ଚୋକସି ବେଲଜିୟମରେ ଗିରଫ। ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଗତ ୧୧ ତାରିଖ ଦିନ ମେହୁଲଙ୍କୁ ଗିରଫ କରିଛି ବେଲଜିୟମ ପୋଲିସ୍ ।
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଋଣ ଠକେଇ ମାମଲାରେ ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କୁ ବେଲଜିୟମରେ ପୋଲିସ ଗିରଫ କରିଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ଆବେଦନରେ ୬୫ ବର୍ଷୀୟ ଚୋକସିଙ୍କୁ ଶୁକ୍ରବାର (୧୧ ଏପ୍ରିଲ୍, ୨୦୨୫) ଗିରଫ କରାଯାଇଥିଲା ଏବଂ ସେ ଏବେ ବି ଜେଲରେ ଅଛନ୍ତି।
ମେହୁଲ ଚୋକସି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୩,୫୦୦ କୋଟି ଟଙ୍କାର ଋଣ ଠକେଇ କରିଥିଲେ ଏବଂ ଗିରଫଦାରୀ ଏଡାଇବା ପାଇଁ ସେ ଭାରତରୁ ବେଲଜିୟମ ପଳାଇଥିଲେ। ଏଠାରେ ସେ ତାଙ୍କ ପତ୍ନୀ ପ୍ରୀତି ଚୋକସୀଙ୍କ ସହ ଆଣ୍ଟୱର୍ପରେ ରହୁଥିଲେ। ପ୍ରୀତି ଚୋକସି ବେଲଜିୟମର ନାଗରିକତ୍ୱ ଧାରଣ କରିଛନ୍ତି। ଅନେକ ରିପୋର୍ଟରେ ଏହା ପ୍ରକାଶ ପାଇଛି ଯେ ଚୋକସିଙ୍କର ବେଲଜିୟମରେ ‘ଏଫ୍ ରେସିଡେନ୍ସି କାର୍ଡ’ ଅଛି ଏବଂ ସେ ଚିକିତ୍ସା ପାଇଁ ଏଣ୍ଟିଗୁଆରୁ ବେଲଜିୟମ ଆସିଥିଲେ।
ମେହୁଲ ଚୋକସିଙ୍କୁ ଗିରଫ କରିବା ସମୟରେ, ବେଲଜିୟମ ପୋଲିସ ମୁମ୍ବାଇ କୋର୍ଟ ଦ୍ୱାରା ତାଙ୍କ ବିରୁଦ୍ଧରେ ଜାରି ହୋଇଥିବା ଦୁଇଟି ଗିରଫ ଆରେଷ୍ଟ ୱାରେଣ୍ଟ ଜାରି କରିଥିଲା । ରିପୋର୍ଟରେ କୁହାଯାଇଛି ଯେ ଏହି ୱାରେଣ୍ଟଗୁଡ଼ିକ ୨୩ ମଇ, ୨୦୧୮ ଏବଂ ୧୫ ଜୁନ୍, ୨୦୨୧ରେ ଜାରି କରାଯାଇଥିଲା। ତଥାପି, କୁହାଯାଉଛି ଯେ ମେହୁଲ ଚୋକସି ଖରାପ ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ କାରଣ ଦର୍ଶାଇ ଜାମିନ ଏବଂ ତୁରନ୍ତ ମୁକ୍ତି ପାଇଁ ଆବେଦନ କରିପାରନ୍ତି।
ତାଙ୍କୁ ଭାରତ ଆଣିବାକୁ ସିବିଆଇ ଚେଷ୍ଟା ଚଳାଇଛି । ପିଏନବି ଠକେଇ ପର୍ଦାଫାଶ୍ର ସପ୍ତାହ ପୂର୍ବରୁ ଗତ ଜାନୁଆରୀ ୨୦୧୮ରେ ଦେଶ ଛାଡି ପଳାଇଥିଲେ। ଏହି ଠକେଇ ମେହୁଲ ଚୋକ୍ସିଙ୍କ ସହ ତାଙ୍କ ଭଣଜା ନୀରବ ମୋଦୀ ସାମିଲ ଅଛନ୍ତି। ଯିଏ ଲଣ୍ଡନରେ ଲୁଚି ରହିଛି ଏବଂ ତାଙ୍କର ପ୍ରତ୍ୟର୍ପଣ ମଧ୍ୟ ଅପେକ୍ଷାରେ ଅଛି।
Comments are closed.