Latest Odisha News

BREAKING NEWS

ପଳାତକ ଘୋଷିତ ଅମୃତପାଲ ସିଂହ ଗିରଫ

ଅମୃତସର: ଖଲିସ୍ତାନ ସମର୍ଥକ ଅମୃତପାଲ ସିଂକୁ ପଞ୍ଜାବ ମୋଗା ଜିଲ୍ଲାର ଗୁରୁଦ୍ୱାରରୁ ପୋଲିସ ଗିରଫ କରିଛି। ମିଳିିଥିବା ସୂଚନା ଅନୁସାରେ ସେ ପ୍ରଥମେ ଆତ୍ମସମର୍ପଣ କରିଥିଲା। ପରେ ପୋଲିସ ଗରିଫ କରିଛି। ୩୬ ଦିନ ପରେ ଅମୃତପାଲ ପୋଲିସ ଦ୍ୱାରା ଧରାପଡିଛି। ଅଜନାଲ ଘଟଣା ପରେ ସେ ଫେରାରଥିଲା। ପଳାତକଙ୍କ ପତ୍ନୀ କିରଣଦୀପ କୌରଙ୍କୁ ତିନି ଦିନ ପୂର୍ବେ ଅମୃତସର ବିମାନ ବନ୍ଦରରେ ଗୁରୁବାର (ଏପ୍ରିଲ ୨୧) ଅଟକ ରଖିଥିଲା ପୁଲିସ।

ଉଲ୍ଲେଖଯୋଗ୍ୟ, ଅମୃତପାଲର ସମସ୍ତ ସହଯୋଗୀଙ୍କୁ ଗିରଫ କରିସାରିଛି ପୋଲିସ। ଏଵେ ସମସ୍ତଙ୍କୁ ପଚରାଉଚରା କରୁଛି। ପୋଲିସ ଅମୃତପାଲ ସିଂର ପତ୍ନୀଙ୍କ ଉପରେ ଚାପ ପକାଇବା ଆରମ୍ଭ କରିବା ପରେ ହିଁ ସେ ଆତ୍ମସମର୍ପଣ କରିଛି। ଅମୃତପାଲଙ୍କୁ ଦିବ୍ରୁଗଡ ଜେଲକୁ ପଠାଯାଇପାରେ ।

ମାର୍ଚ୍ଚ ୧୮ରୁ ଅମୃତପାଲ ସିଂ ଏବଂ ତାଙ୍କ ସହଯୋଗୀଙ୍କୁ ଧରିବା ପାଇଁ ପୋଲିସ ଜାଲ ପକାଇଥିଲା। ଏହି ସମୟରେ ପୋଲିସ ତାଙ୍କର ଅନେକ ସହଯୋଗୀଙ୍କୁ ଗିରଫ କରିଥିଲା ​​କିନ୍ତୁ ଅମୃତପାଲ ଖସିଯିବାରେ ସଫଳ ହୋଇଥିଲା। ସେବେଠାରୁ ପୋଲିସ ତାଙ୍କୁ କ୍ରମାଗତ ଭାବରେ ଖୋଜୁଥିଲା, କିନ୍ତୁ ସେ ରୂପ ବଦଳାଇ କ୍ରମାଗତ ଭାବରେ ପୋଲିସଠାରୁ ଖସି ପଳାଇଥିଲା।

ଅମୃତପାଲର ପ୍ରାଥମିକ ଲିଙ୍କ୍ ଆଇଏସଆଇ ସହିତ ରହିଛି ବୋଲି ସୂଚନା ପାଇବା ପରେ କେନ୍ଦ୍ର ସରକାର ମଧ୍ୟ ସତର୍କ ହୋଇଥିଲେ। ଅମୃତପାଲ ବିଦେଶରୁ ଫଣ୍ଡିଂ ପାଇଥିବା ସନ୍ଦେହ କରାଯାଉଛି। ଦାମୀ ଗାଡିରେ ଅମୃତପାଲ ଯାତ୍ରା କରୁଥିବାରୁ ଏହି ସନ୍ଦେହ ହୋଇଛି। ଗୁଇନ୍ଦା ରିପୋର୍ଟ କହିଛି ଯେ, ଅମୃତପାଲ ସିଂ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର କିଣେ ଏବଂ ପଞ୍ଜାବକୁ ସାମ୍ପ୍ରଦାୟିକ ଆଧାରରେ ବିଭାଜିତ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ରହିଛି।

Comments are closed.