Latest Odisha News

BREAKING NEWS

ଏଆଇ ଟେକ୍ନୋଲୋଜିରେ ଏଂଟ୍ରି ହେଲା ଫୁକରେର ଚୂଚା

ମୁମ୍ବାଇ: ଏକ୍ସେଲ ଏଂଟରଟେନମେଂଟର ଫୁକରେ ଫ୍ରାଚାଂଇଜ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥାଏ । ପ୍ରଥମ ୨ଟି ସଂସ୍କରଣ ହିଟ ହେବା ପରେ ମେକର୍ସ ଏବେ ଏହାର ତୃତୀୟ ପାର୍ଟ ନେଇ କରି ଆସିଛନ୍ତି । ପୂର୍ବରୁ ଏହି ଫିଲ୍ମର ଚରିତ୍ର ହନୀ, ଭୋଲୀ ପଂଜାବନ, ଚୂଚା, ଲାଲି ଓ ପଣ୍ଡିତ ଜୀଙ୍କୁ ଦର୍ଶକଙ୍କ ପାଇଁ ସ୍ମରଣୀୟ ହୋଇ ରହିଛି । ଏବେ ମେକର୍ସ ମନପସନ୍ଦର ଚରିତ୍ର ଚୂଚାର ଚୂ ସିପିଟି ନାମକ ଏକ ମଜାଦାର ଟୁଲ ପ୍ରସ୍ତୁତ କରିଛନ୍ତି । ଏଆଇ ଟେକ୍ନୋଲୋଜିର ବ୍ୟବହାର କରାଯାଇ ଏହାକୁ ପ୍ରସ୍ତୁତ କରାଯାଇଛି । ପ୍ରଶଂସକ ଏବେ ଏହି ଟୁଲ ମାଧ୍ୟମରେ ଚୂଚା ସହ ଯେତେବେଳେ ଚାହିଁବେ କଥା ହୋଇପାରିବେ ।

ଫିଲ୍ମ ମାର୍କେଟିଂରେ ପୂର୍ବରୁ ଏ ଭଳି ପଦକ୍ଷେପ କେହି ଗ୍ରହଣ କରି ନ ଥିଲେ । ଫୁକରେ ୩ର ଟ୍ରେଲରକୁ ମଧ୍ୟ ପ୍ରଶଂସକ ପସନ୍ଦ କରିଛନ୍ତି । ଏବେ ଏହାର ରିଲିଜ ତାରିଖକୁ ସମସ୍ତେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ରିତେଶ ସିଦ୍ଧୱାନୀ ଓ ଫରହାନ ଅଖତାରଙ୍କ ଏକ୍ସେଲ ଏଂଟରଟେନମେଂଟ ଜିନ୍ଦେଗି ନା ମିଲେଗି ଦୋବାରା, ଦିଲ ଚାହାତା ହେ ପରି ବ୍ଲକ ବଷ୍ଟର ଫିଲ୍ମ ନିର୍ମାଣ କରିଛି ।

Leave A Reply

Your email address will not be published.