Latest Odisha News

BREAKING NEWS

ଆସନ୍ତା ୨୪ରେ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ, ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ରାଉରକେଲା: ଆସନ୍ତା ୨୪ରେ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ। ପୁରୀ-ରାଉରକେଲା-ପୁରୀକୁ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ। ଭିସି ଜରିଆରେ ପତାକା ଦେଖାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଏହା ପୂର୍ବରୁ ୨୦ ତାରିଖରେ ଏହାର ଟ୍ରାଏଲ୍ ରନ୍ ସରିଛି । ପ୍ରଥମେ ପୁରୀରୁ ତାଳଚେର ପର୍ଯ୍ୟନ୍ତ ସେପ୍ଟେମ୍ବର ୧୧ତାରିଖରେ ଟ୍ରାଏଲ୍ ରନ୍ କରାଯାଇଥିଲା। ଏହା ପର୍ଯ୍ୟଟନକୁ ବୃଦ୍ଧି କରିବା ସହ ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବ ବୋଲି ରେଳ ବିଭାଗ ଆଶା ରଖିଛି।

ଏହା ସକାଳ ୫ଟାରୁ ପୁରୀ ଷ୍ଟେସନ ଛାଡ଼ି ଅପରାହ୍ନ ୧୨ଟା ୪୫ରେ ରାଉରକେଲା ଷ୍ଟେସନରେ ପହଁଞ୍ଚିବ। ସେହିପରି ରାଉରକେଲାରୁ ଅପରାହ୍ନ ୨.୧୦ ମିନିଟରେ ବାହାରି ରାତି ୯.୪୦ ମିନିଟ୍ ରେ ପୁରୀ ଷ୍ଟେସନରେ ପହଁଞ୍ଚିବ । ଏହି ହାଇସ୍ପିଡ଼ ଟ୍ରେନ୍ ରେ ୮ଟି କୋଚ ରହିଛି । ଏହି ଟ୍ରେନ୍ ଟି ପୁରୀ ଷ୍ଟେସନରୁ ବାହାରି ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, କଟକ, ଢେଙ୍କାନାଳ, ଅନୁଗୋଳ, କେରେଜେଙ୍ଗା, ସମ୍ବଲପୁର ସିଟି, ଝାରସୁଗୁଡା ଅର୍ଥାତ୍ ୧୦ଟି ଷ୍ଟେସନରେ ରହଣି କରିବ।

ଚଳିତ ବର୍ଷ ମେ’ମାସ ୧୮ ତାରିଖରେ ରାଜ୍ୟର ପ୍ରଥମ ବନ୍ଦେ  ଭାରତ ଏକ୍ସପ୍ରେସ ପୁରୀରୁ-ହାୱଡ଼ା ପର୍ଯ୍ୟନ୍ତ ଗଡ଼ିଥିଲା  ।  ଯାହାକୁ ଭର୍ଚୁଆଲରେ ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ପରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁଯାୟୀ ଦ୍ଵିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଗଡ଼ିବାକୁ ଯାଉଛି। ପୂର୍ବରୁ ଚଳିତ ସେପ୍ଟେମ୍ବର ୧୧ ତାରିଖରେ  ପୁରୀରୁ ତାଳଚେର ପର୍ଯ୍ୟନ୍ତ ଟ୍ରାଏଲ ରନ ହୋଇଥିଲା ।

Leave A Reply

Your email address will not be published.