Latest Odisha News

BREAKING NEWS

ସ୍ୱାଧୀନତା ଦିବସ ଉତ୍ସବ ପାଇଁ ଚାଲିଛି ପ୍ରସ୍ତୁତି, ପ୍ରଦର୍ଶନୀ ପଡ଼ିଆରେ ହୋଇଛି ଫୁଲ୍ ଡ୍ରେସ୍ ରିହର୍ସଲ

ଭୁବନେଶ୍ଵର : ଆଉ ଗୋଟିଏ ଦିନ ପରେ ଦେଶ ପାଳିବ ସ୍ୱାଧୀନତା ଦିବସ । ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ଚଳିତ ବର୍ଷର ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହେବ । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ପୋଲିସ ଡିଜି ସୁନିଲ୍ ବଂଶଲଙ୍କ ତତ୍ତ୍ଵାବଧାନରେ ଚାଲିଛି ରିହର୍ସଲ ।

ଚଳିତ ବର୍ଷ ପରେଡରେ ଏସଏସବି, ଓଏସଏପି ସପ୍ତମ ବାଟାଲିୟନ, ଓଡ୍ରାଫ, ଓଡିଶା ବ୍ରାସବ୍ୟାଣ୍ଡ ସାଙ୍ଗକୁ ଛତିଶଗଡ ପୋଲିସର ଏକ ଟିମ ପରେଡରେ ଅଂଶଗ୍ରହଣ କରିବେ । ରାଜ୍ୟସ୍ତରୀୟ ସ୍ଵାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିବେ । ଏହାକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି କମିଶନରେଟ ପୋଲିସ । ଉତ୍ସବ ସ୍ଥଳକୁ ଆସୁଥିବା ଅତିଥି କେଉଁ ବାଟେ ଯିବେ ଏବଂ କେଉଁଠି ଗାଡି ପାର୍କ୍ କରିବେ ତାର ବ୍ୟବସ୍ଥା ମଧ୍ୟ କରାଯାଇଛି । ଉତ୍ସବ ଦିନ ସକାଳ ୬.୩୦ରୁ ପ୍ରଦର୍ଶନୀ ପଡିଆର ରାସ୍ତା ସିଲ କରିଦିଆଯିବ । ତେଣୁ ସେ ସମୟରେ ଯେଭଳି ଟ୍ରାଫିକ ସମସ୍ୟା ନଉପୁଜେ ସେ ଦିଗରେ ମଧ୍ୟ ଗୁରୁତ୍ଵ ଦେଇଛି କମିଶନରେଟ ପୋଲିସ । ତେବେ ଚଳିତ ବର୍ଷ ରାଜ୍ୟସ୍ତରୀୟ ସ୍ଵାଧୀନତା ଦିବସ ପରେଡରେ କମାଣ୍ଡର ରହିବେ ଆଇପିଏସ ଅଙ୍କିତ ବର୍ମା ।

 

Leave A Reply

Your email address will not be published.