Latest Odisha News

BREAKING NEWS

ମୋଦି ୩.୦ କ୍ୟାବିନେଟ୍‌; କେଉଁ ରାଜ୍ୟରୁ କିଏ ହୋଇଛନ୍ତି ମନ୍ତ୍ରୀ? ଜାଣନ୍ତୁ….

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି | ଆଉ ମାତ୍ର କେଇଟା ମୁହୂର୍ତ୍ତ | ଏହା ସହିତ ଶପଥ ନେବେ ନୂଆ କ୍ୟାବିନେଟ ମନ୍ତ୍ରୀ | ଏହା ପୂର୍ବରୁ କେନ୍ଦ୍ର କ୍ୟାବିନେଟକୁ ନେଇ ସମସ୍ତ କଳ୍ପନା ଜଳ୍ପନା ଉପରେ ପଡିଛି ପୂର୍ଣ୍ଣଛେଦ | ଆସିଯାଇଛି କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ତାଲିକା |
ଏଥର କ୍ୟାବିନେଟ ରେ ଅମିତ ଶାହା, ରାଜନାଥ ସିଂ , ନିତିନ ଗଡ଼କରୀ, ନିର୍ମଳା ସୀତାରମଣଙ୍କୁ ପୁଣି ସୁଯୋଗ ମିଳିଥିବା ବେଳେ  ଶପଥ ଗ୍ରହଣ କରିବା ପୂର୍ବରୁ କେନ୍ଦ୍ର କ୍ୟାବିନେଟ୍‌କୁ ନେଇ ଚାଲୁଥିବା ଚର୍ଚ୍ଚାରେ ବିରାମ ଲାଗିଛି। ଏଥିରେ ସ୍ଥାନ ପାଇବାକୁ ଥିବା ମନ୍ତ୍ରୀ ତାଲିକାରେ ଏସ ଜୟଶଙ୍କର, ଜେପି ନଡ୍ଡା ମଧ୍ୟ ସାମିଲ ହୋଇପାରନ୍ତି । ଓଡିଶାରୁ ଏଥିରେ ସାମିଲ ଅଛନ୍ତି  ଅଶ୍ୱିନୀ ବୈଷ୍ଣବ, ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ |
ଜାଣନ୍ତୁ କେନ୍ଦ୍ର କ୍ୟାବିନେଟରେ କେଉଁଠୁ କିଏ ପାଇଲେ ସ୍ଥାନ?

  1. ଅଶ୍ୱିନୀ ବୈଷ୍ଣବ- ଓଡ଼ିଶା
  2. ଧର୍ମେନ୍ଦ୍ର ପ୍ରଧାନ- ଓଡ଼ିଶା
  3. ଜୁଏଲ ଓରାମ- ଓଡ଼ିଶା
  4. ଅମିତ ଶାହା- ଗୁଜରାଟ
  5. ନୀତିନ ଗଡ଼କରୀ- ମହାରାଷ୍ଟ୍ର
  6. ନିର୍ମଳା ସୀତାରମଣ- ତାମିଲନାଡ଼ୁ
  7. ରାଜନାଥ ସିଂ- ଉତ୍ତରପ୍ରଦେଶ
  8. ପୀୟୁଷ ଗୋଏଲ- ମହାରାଷ୍ଟ୍ର
  9. ମନସୁଖ ମାଣ୍ଡବିୟ- ଗୁଜରାଟ
  10. ଅର୍ଜୁନ ମେଘଓ୍ବାଲ- ରାଜସ୍ଥାନ
  11. ଶିବରାଜ ସିଂ- ମଧ୍ୟପ୍ରଦେଶ
  12. ଅନ୍ନାମଲାଇ- ତାମିଲନାଡ଼ୁ
  13. ସୁରେଶ ଗୋପି- କେରଳ
  14. ମନୋହର ଖଟ୍ଟର- ହରିଆଣା
  15. ସର୍ବାନନ୍ଦ ସୋନୋଓ୍ବାଲ- ପୂର୍ବୋତ୍ତର
  16. କିରନ ରିଜିଜୁ- ପୂର୍ବୋତ୍ତର
  17. ରାଓ ଇନ୍ଦ୍ରଜିତ- ହରିଆଣା
  18. ଜିତେନ୍ଦ୍ର ସିଂ- ଜମ୍ମୁ କଶ୍ମୀର
  19. କମଲଜୀତ ସହରାଓ୍ବତ- ଦିଲ୍ଲୀ
  20. ରକ୍ଷା ଖଡସେ- ମହାରାଷ୍ଟ୍ର
  21. ଜି କିଶନ ରେଡ୍ଡି- ତେଲଙ୍ଗାନା
  22. ହରଦୀପ ପୁରୀ- ପଞ୍ଜାବ
  23. ନିତ୍ୟାନନ୍ଦ ରାୟ- ବିହାର
  24. ବନ୍ଦି ସଞ୍ଜୟ କୁମାର- ତେଲେଙ୍ଗାନା
  25. ପଙ୍କଜ ଚୌଧୁରୀ- ଉତ୍ତରପ୍ରଦେଶ
  26. ବିଏଲ୍ ବର୍ମା- ଉତ୍ତରପ୍ରଦେଶ
  27. ଅନ୍ନପୂର୍ଣ୍ଣା ଦେବୀ- ଝାଡଖଣ୍ଡ
  28. ରବନୀତ ସିଂ ବିଟ୍ଟୁ- ପଞ୍ଜାବ
  29. ଶୋଭା କରନ୍ଦଜାଲେ- କର୍ଣ୍ଣାଟକ
  30. ହର୍ଷ ମଲହୋତ୍ରା- ଦିଲ୍ଲୀ
  31. ଜିତିନ ପ୍ରସାଦ- ଉତ୍ତରପ୍ରଦେଶ
  32. ଭାଗିରଥ ଚୌଧୁରୀ- ରାଜସ୍ଥାନ
  33. ସିଆର୍ ପାଟିଲ- ଗୁଜରାଟ
  34. ଅଜୟ ଟମ୍ଟା-ଉତ୍ତରାଖଣ୍ଡ
  35. ଗଜେନ୍ଦ୍ର ସିଂ ଶେଖାଓ୍ବତ-ରାଜସ୍ଥାନ
  36. ଜ୍ୟୋତିରାଦିତ୍ୟ ସିନ୍ଧିଆ-ମଧ୍ୟପ୍ରଦେଶ

Comments are closed.