Latest Odisha News

BREAKING NEWS

ପୁଣି ଜେରା କରିବ CBI, ସିସୋଦିଆ କହିଲେ ‘ବିରୋଧରେ ବ୍ୟବହାର ହେଉଛି ସବୁ କ୍ଷମତା’

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତିକୁ ନେଇ ସିବିଆଇ ପୁଣି ଥରେ ମନୀଷ ସିସୋଦିଆଙ୍କୁ ପଚରାଉଚରା ପାଇଁ ଡାକିଛି । ଯାହାକୁ ନେଇ ସିସୋଦିଆ କହିଛନ୍ତି, ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ପକ୍ଷରୁ ଏଜେନ୍ସି ଗୁଡ଼ିକ ମୋତେ ହଇରାଣ କରିବା ଲାଗି ସବୁ କ୍ଷମତା ଲଗାଇଛନ୍ତି ।

ସିସୋଦିଆ ଟ୍ୱିଟ୍ କରି ଲେଖିଛନ୍ତି, ସିବିଆଇ ପୁଣି ଡାକିଛି । ମୋ ବିରୋଧରେ ସିବିଆଇ, ଇଡିର ସବୁ କ୍ଷମତା ବ୍ୟବହାର ହେଉଛି । ଘରେ ରେଡ୍, ବ୍ୟାଙ୍କ ଲକର ଯାଞ୍ଚ, ମୋ ବିରୋଧରେ କେଉଁଠି କିଛି ବି ମିଳିନି । ମୁଁ ଦିଲ୍ଲୀର ଛୁଆଙ୍କ ଲାଗି ଉତ୍ତମ ଶିକ୍ଷାର ବ୍ୟବସ୍ଥା କରୁଛି । ସେମାନେ ସେ ସବୁକୁ ବନ୍ଦ କରିବାକୁ ଚାହୁଁଛନ୍ତି । ମୁଁ ସବୁବେଳେ ତଦନ୍ତରେ ସହଯୋଗ କରୁଛି ଓ କରିବି ।

ସୂଚନା ଅନୁସାରେ, ସିବିଆଇ ସିସୋଦିଆଙ୍କୁ ରବିବାର ଦିନ ୧୧ଟାରେ ହାଜର ହେବାକୁ ସମନ୍ କରିଛି । ଅନ୍ୟପଟେ ଶନିବାର ବିଜେପି ସାମ୍ବାଦିକ ସମ୍ମିଳନୀ କରି ସିସୋଦିଆ ଓ ଆମ୍ ଆଦମୀ ପାର୍ଟିକୁ ସମାଲୋଚନା କରିଛି । କହିଛି, ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ ଲାଜ ସରମ ନଥିବା ଭଳି ମିଛ କହୁଛନ୍ତି । ଯଦି ମଦ ଦୁର୍ନୀତି ହୋଇ ନାହିଁ ତ ସିବିଆଇ ତଦନ୍ତ ପରେ ନୀତି କାହିଁକି ବଦଳାଇଲ ?

Leave A Reply

Your email address will not be published.