ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ତଥା କୋରିଓଗ୍ରାଫର ଫର୍ହା ଖାନ କରୋନା ସଂକ୍ରମିତ ହୋଇଛନ୍ତି। ବୁଧବାର ସେ ଏହି ଖବର ନିଜ ପ୍ରଶଂସକମାନଙ୍କୁ ଜଣାଇଛନ୍ତି। ସେ ଖୁବ୍ ଶୀଘ୍ର ଆରୋଗ୍ୟ ଲାଭ କରିବା ମଧ୍ୟ ଆଶା ବ୍ୟକ୍ତ କରିଛନ୍ତି। ସେ ଉଭୟ ଡୋଜ ଟିକା ମଧ୍ୟ ଗ୍ରହଣ କରିଛନ୍ତି।
“ମୈ ହୁନ୍ ନା”, “ଓମ୍ ଶାନ୍ତି ଓମ୍” ଏବଂ “ହାପି ନ୍ୟୁ ଇୟର” ଭଳି ଚଳଚ୍ଚିତ୍ର ପାଇଁ ଜଣାଶୁଣା ନିର୍ଦ୍ଦେଶକ ଫାରାହ୍ କହିଛନ୍ତି ଯେ ସମ୍ପୂର୍ଣ୍ଣ ଟିକାକରଣ ସତ୍ତ୍ବେ ସେ ଏହି କରୋନା ସଂକ୍ରମିତ ହୋଇଛନ୍ତି। ସେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ ଏ ସଂକ୍ରାନ୍ତରେ ଅବଗତ କରାଇଥିବା କହିଛନ୍ତି।
Comments are closed.