Latest Odisha News

BREAKING NEWS

ଉଭୟ ଡୋଜ ଟିକା ନେଇଥିବା ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ହେବାର ସମ୍ଭାବନା ୧୧ ଗୁଣ କମ୍!

ନୂଆଦିଲ୍ଲୀ: କୋଭିଡ-୧୯ ଟିକାକରଣର ଉଭୟ ଡୋଜ ନେଇଥିବା ବ୍ୟକ୍ତିମାନେ କରୋନାଭାଇରସରେ ମୃତ୍ୟୁ ହେବାର ସମ୍ଭାବନା ୧୧ ଗୁଣ କମ୍ ବୋଲି ଆମେରିକାର ଏକ ଅଧ୍ୟୟନରୁ ଜଣାପଡିଛି।

ଏହା ବ୍ୟତୀତ ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (ସିଡିସି) ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଟିକାକୃତ ବ୍ୟକ୍ତି ଟିକା ନେଇନଥିବା ବ୍ୟକ୍ତିଙ୍କ ତୁଳନାରେ ୧୦ ଗୁଣ କମ୍ ଡାକ୍ତରଖାନାରେ ଭର୍ତ୍ତି ହେବାର ସମ୍ଭାବନା ରହିଛି।

ଉଲେଲଖ ଥାଉ କି, ଏକ ଅଧ୍ୟୟନରୁ ଜଣାପଡିଛି ଯେ ମଡର୍ନା କରୋନା ଟିକା ଫାଇଜର-ବାୟୋଏନ୍‌ଟେକ୍‌ ଏବଂ ଜନସନ ଏବଂ ଜନସନ ଟିକା ଅପେକ୍ଷା ଅଧିକ ପ୍ରଭାବଶାଳୀ।

ହସ୍ପିଟାଲରେ ଭର୍ତ୍ତି ହେବା ପାଇଁ ମୋଟ ଟିକାକରଣର ପ୍ରଭାବ ସମସ୍ତ ବୟସ ବର୍ଗଙ୍କ ପାଇଁ ୮୬% ଥିଲା କିନ୍ତୁ ୭୫ ବର୍ଷରୁ ଅଧିକ ଲୋକଙ୍କ ପାଇଁ ଏହା ୭୬% କୁ ଖସି ଆସିଛି।

Leave A Reply

Your email address will not be published.