Latest Odisha News

BREAKING NEWS

ଆଜି ଓଡ଼ିଶାରୁ କରୋନାରେ ୬୩୦ ସଂକ୍ରମିତ, ଆଉ ୧୧୬ ଛୁଆ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ପାଞ୍ଚ ଶହ ତଳକୁ ଖସୁନି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଛୋଟ ପିଲାଙ୍କୁ ସଂକ୍ରମଣ ବଢୁଛି । ୨୪ ଘଣ୍ଟାରେ ରାଜ୍ୟରେ ୬୩ ହଜାର ୧୭ କୋଭିଡ୍ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୬୩୦ ଆକ୍ରାନ୍ତ । ଏମାନଙ୍କ ଭିତରେ ୦-୧୮ ବର୍ଷ ଭିତରେ ଅଛନ୍ତି ୧୧୬ ସଂକ୍ରମିତ । ରାଜ୍ୟରେ ପଜିଟିଭ୍ ହାର ୦.୯୮ ପ୍ରତିଶତକୁ ଖସିଛି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୧, କଟକରୁ ୧୧୮, ଯାଜପୁର ଜିଲ୍ଲାରୁ ୩୨ ନୂଆ ସଂକ୍ରମିତ ବାହାରିଛନ୍ତି । ବାକି ୨୬ ଜିଲ୍ଲାରେ ଦୈନିକ ସଂକ୍ରତମିଙ୍କ ସଂଖ୍ୟା ୩୦ ଭିତରେ ରହିଛି । ସୁବର୍ଣ୍ଣପୁର ଜିଲ୍ଲାରୁ ଆଜି କେହି ସଂକ୍ରମିତ ହୋଇ ନାହାନ୍ତି ।

ରାଜ୍ୟରୁ ଆଉ ୮ ଜଣଙ୍କୁ ମିଶାଇ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୮ହଜାର ୯୨କୁ ବୃଦ୍ଧି ପାଇଛି । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୧୫ହଜାର ୭୧୩ । କରୋନାରୁ ସୁସ୍ଥ ହେଲେଣି ୧୦ଲକ୍ଷ ୫୪୮ ଆକ୍ରାନ୍ତ । ଏବେ ରାଜ୍ୟରେ ୭ହଜାର ୨୦ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.