Latest Odisha News

BREAKING NEWS

ଶୋକାକୂଳ ପରିବେଶରେ ଶେଷ ହେଲା ସାମ୍ବାଦିକ ରୋହିତ ବିଶ୍ବାଳଙ୍କ ଶେଷକୃତ୍ୟ

କଳାହାଣ୍ଡି : ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ପ୍ରାଣ ହରାଇଥିବା ସାମ୍ବାଦିକ ରୋହିତ ବିଶ୍ବାଳଙ୍କର ଶେଷ କୃତ୍ୟ ହୋଇଛି । ଶୋକାକୂଳ ପରିବେଶରେ ଗାଁରେ ରୋହିତଙ୍କର ଶବ ସତ୍କାର ହୋଇଛି । ଗତକାଲି ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ତାଙ୍କର ବିୟୋଗ ହୋଇଥିଲା । ସ୍ଥାନୀୟ ଅଞ୍ଚଳରୁ ସିଆରପିଏଫ୍ କ୍ୟାମ୍ପକୁ ଉଠାଇବା ପାଇଁ ମାଓବାଦୀ ମାରିଥିଲେ ପୋଷ୍ଟର । ପୋଲିସକୁ ଟାର୍ଗେଟ୍ କରି ମାଓବାଦୀମାନେ ଲ୍ୟାଣ୍ଡମାଇନ୍ ଲଗାଇଥିଲେ । ହେଲେ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ, ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣର ଶିକାର ହୋଇଥିଲେ ରୋହିତ ।

BjdElectrycity

ବିସ୍ଫୋରଣରେ ରୋହିତଙ୍କର ମୃତ୍ୟୁ ହୋଇଥିବା ବେଳେ, ତାଙ୍କ ବାଇକ୍ ଭାଙ୍ଗି ଚୁରମାର ହୋଇଯାଇଥିଲା । ଆଗକୁ ପଞ୍ଚାୟତ ଭୋଟ ଥିବା ବେଳେ, ସ୍ଥାନୀୟ ଅଞ୍ଚଳରେ ଉପସ୍ଥିତି ଜାହିର କରିଛି ଲାଲବାହିନୀ । ବିସ୍ଫୋରଣ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ଡିଭିଏଫ ଓ ଏସଓଜି ଯବାନଙ୍କ ପକ୍ଷରୁ କମ୍ବିଂକୁ ଜୋରଦାର କରାଯାଇଛି । ମୃତ ସାମ୍ବାଦିକ ରୋହିତ ବିଶ୍ବାଳଙ୍କ ପରିବାରକୁ ୧୩ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed, but trackbacks and pingbacks are open.