Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ରଣଜୀ ଟ୍ରଫି ପାଇଁ ଓସିଏର ୨୦ ଜଣିଆ ଟିମ୍ ଘୋଷଣା

କଟକ: ଆଗାମୀ ରଣଜୀ ଟ୍ରଫି ପାଇଁ ଓସିଏ ପକ୍ଷରୁ ୨୦ ଜଣିଆ ଓଡ଼ିଶା ଟିମ୍ ଘୋଷଣା କରାଯାଇଛି । ଶୁଭ୍ରାଂଶୁ ସେନାପତି ଦଳର ଅଧିନାୟକ ଥିବା ବେଳେ ୫ ଜଣ ନୂଆ ମୁହଁ ଦଳରେ ସ୍ଥାନ ପାଇଛନ୍ତି । ପୂର୍ବରୁ ହଂକଂ ଜାତୀୟ ଦଳରୁ ଖେଳିଥିବା ଅଭିଜ୍ଞ ଅଂଶୁମାନ ରଥ, ପୂର୍ବତନ ଆଇପିଏଲ ଖେଳାଳି ଅଭିଷେକ ରାଉତ ଦଳରେ ଅଛନ୍ତି ।

ସେହିଭଳି ମ୍ୟାଚ୍ ଖେଳିବା ପୁର୍ବରୁ ଆସନ୍ତା ୮ ତାରିଖରେ ବାରବାଟୀ ଷ୍ଟାଡିୟମ୍ ରେ ବରୋଦା ବିପକ୍ଷରେ ନେଟ୍ ପ୍ରାକ୍ଟିସ୍ କରିବ ଓଡିଶା ଟିମ୍। ଟ୍ରଫିରେ ଓଡିଶା ଟିମ୍ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି ଓଡିଶା ଟିମ୍। ଓଡ଼ିଶା ଦଳ ଅହମଦାବାଦରେ ତିନୋଟି ମ୍ୟାଚ ଖେଳିବ । ମୁମ୍ବାଇ, ସୌରାଷ୍ଟ୍ର ଓ ଗୋଆ ବିପକ୍ଷରେ ମ୍ୟାଚ୍ ଖେଳିବ ଓଡ଼ିଶା ।

ମୁଖ୍ୟ କୋଚ୍ ୱାସିମ ଜାଫରଙ୍କ ଉପସ୍ଥିତରେ ଦଳ ବାରବାଟୀରେ ଭଲ ଅଭ୍ୟାସ କରିଥିବାରୁ ଏଥର ରଣଜୀରେ ଓଡ଼ିଶା ଭଲ ପ୍ରଦର୍ଶନ କରିବ ବୋଲି ମୁଖ୍ୟ ଚୟନକର୍ତ୍ତା ପ୍ରଭଞ୍ଜନ ମଲ୍ଲିକ କହିଛନ୍ତି ।

Comments are closed, but trackbacks and pingbacks are open.