Latest Odisha News

ସ୍ୱର୍ଗଦ୍ୱାରରେ ବିଶିଷ୍ଟ ସାହିତ୍ୟିକ ସାତକଡି ହୋତାଙ୍କ ଶେଷକୃତ୍ୟ ସମ୍ପନ୍ନ

ପୁରୀ: ପଞ୍ଚଭୂତରେ ବିଲୀନ ହେଲେ ବରିଷ୍ଠ ସାହିତ୍ୟିକ ସାତକଡି ହୋତା । ପୁରୀ ସ୍ବର୍ଗଦ୍ବାର ଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷ ହୋଇଛି ସାତକଡି ହୋତାଙ୍କ ଅନ୍ତେଷ୍ଟିକ୍ରିୟା । ସାତକଡି ହୋତା ଅମର ରହେ ଧ୍ୱନି ଓ ତୋପ ସଲାମୀ ଦିଆଯିବା ପରେ ବଡ଼ପୁଅ ସଂଜୀବ ହୋତା ଶବାଧାର ରେ ମୁଖାଗ୍ନି ଦେଇଥିଲେ ।

ଜିଲ୍ଲାପାଳ ବିଜୟ କୁମାର ଦାଶ, ଉପଜିଲ୍ଲାପାଳ ଗୋପୀନାଥ କୁଅଁର, ଅତିରିକ୍ତ ଏସପି ସୁଶିଲ କୁମାର ମିଶ୍ର, ସିଟି ଡିଏସପି ପ୍ରଶାନ୍ତ କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ସି ବିଚ୍ ଥାନା ଅଧିକାରୀ ମାନସ ରଞ୍ଜନ ଚକ୍ର, ଅନ୍ୟାନ୍ୟ ବରିଷ୍ଠ ନାଗରିକ, ସାହିତ୍ୟିକଙ୍କ ସମେତ ପୁରୀର ଅନେକ ସାମ୍ବାଦିକ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍ୱର୍ଗତ ହୋତା ଙ୍କ ପରିବାର ର ସଦସ୍ୟ, ଆତ୍ମୀୟ ସ୍ୱଜନ ପ୍ରମୁଖ ଉପସ୍ଥିତ ଥିଲେ ।

ରବିବାର ବିଶିଷ୍ଟ ସାହିତ୍ୟିକ ସାତକଡି ହୋତାଙ୍କ ପରଲୋକ ହୋଇଥିଲା । ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ତାଙ୍କ ବଡ଼ ଝିଅଙ୍କ ବାସଭବନରେ ସେ ୯୫ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରଥିଲେ । ସେ ଓଡ଼ିଶା ସାହିତ୍ୟ ଏକାଡେମିର ପୂର୍ବତନ ସଭାପତି ଥିଲେ । ସେ ଏକାଧାରାରେ ଓଡ଼ିଶା ର ବିଶିଷ୍ଟ ସାହିତ୍ୟିକ, ପ୍ରାକ୍ତନ ପ୍ରଶାସନିକ ଅଧିକାରୀ, ଦୈନିକ ସମ୍ବାଦପତ୍ର ସମୟ ର ସଂପାଦକ ତଥା ସମାଜ ସଂସ୍କାରକ ଥିଲେ । ସାତକଡି ହୋତାଙ୍କ ଦେହାନ୍ତ ସାହିତ୍ୟିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ହୋଇ ରହିବ ।

 

Comments are closed.