Latest Odisha News

BREAKING NEWS

ମଶାଙ୍କ ଝଡ ଦେଖି ପୁଣେ ବାସୀ ସ୍ତବ୍ଧ

ପୁଣେ: ଏଠାରେ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲକ୍ଷ ଲକ୍ଷ ସଂଖ୍ୟାର ମଶା ଏକ ପ୍ରକାର ଝଡର ବାତାବରଣ ସୃଷ୍ଟି କରୁଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି । ପୂର୍ବରୁ ସ୍ଥାନୀୟ ବାସିନ୍ଦା ଏତେ ମାତ୍ରାରେ ମାଶା ଏକକାଳୀନ ଦେଖି ନ ଥିଲେ । କେଶବନଗର, ଖରାଡି ଓ ମୁନ୍ଧୱାରେ ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁ ଏ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ସ୍ଥାନୀୟ ନଗର ନିଗମର କାର୍ଯ୍ୟ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମଶା ଜନିତ ରୋଗଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ନଗର ନିଗମ ଏଥିନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁବୋଲି ଦାବୀ ହେଉଛି ।

ସୂଚନାଯୋଗ୍ୟ, ମୁଥା ନଦୀ ଉପରେ ଏକ ବ୍ରିଜ ନିର୍ମାଣ କରାଯାଉଛି । ଏଠାରେ ଏକ ୱାଟର ଟ୍ରିଟମେଂଟ ପ୍ଲାଂଟ ମଧ୍ୟ ରହିଛି । ଖରାଡୀକୁ ଯୋଡୁଥିବା ପୋଲର ନିର୍ମାଣ ଯୋଗୁ ନଦୀର ପ୍ରବାହ କମି ଯାଇଛି । ଫଳରେ ଏଠାକାର ପରିବେଶ ମଶାଙ୍କ ପାଇଁ ଅନୁକୂଳ ହୋଇପଡିଛି । ଖୁବ ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି କୁହାଯାଇଛି । ପୂର୍ବରୁ ଆମେରିକା ଓ ରୁଷିଆରେ ମଧ୍ୟ ଏ ଭଳି ମଶାଙ୍କ ଝଡ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.