Latest Odisha News

BREAKING NEWS

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ହେଲା ଶହୀଦଙ୍କ ଶେଷକୃତ୍ୟ

ଅନୁଗୁଳ: ଗାଁ ମାଟିରେ ଶହୀଦ ଦେବାଶିଷ ସେଠୀଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଅଙ୍ଗପଡା ଗ୍ରାମର ଶହୀଦ ଯବାନ ଦେବାଶିଷ ସେଠୀଙ୍କ ମର ଶରୀର ଗତକାଲି ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।

ରାତିରେ ସେଠାରେ ଉପସ୍ଥିତ ରହି ଶେଷ ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ ଉପବାଚସ୍ପତି ରଜନୀକାନ୍ତ ସିଂହ, ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସଞ୍ଜୀବ ସାହୁ ସମେତ ପ୍ରଶାସନିକ ଅଧିକାରୀ ଓ ଶହ ଶହ ଜନତା । ମାଟିର ପୁଅକୁ ହରାଇ କେବଳ ଗାଁ ରେ ନୁହେଁ , ସ୍ଥାନୀୟ ଅଞ୍ଚଳରେ ଏକ ଶୋକକୁଳ ପରିବେଶ ସୃଷ୍ଟି ହୋଇଥିଲା । ଶହୀଦଙ୍କ ମର ଶରୀରକୁ ରାତିରେ ପଞ୍ଚାୟତ ଅଫିସଠାରେ ରଖାଯାଇଥିବା ବେଳେ ଆଜି ସକାଳ ୯ ଟା ବେଳେ ଗାର୍ଡ ଅଫ ଅନର ଦେବା ସହ ଶହୀଦଙ୍କ ଶେଷକୃତ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ  ହୋଇଛି ।

ତାଙ୍କ ଶେଷକୃତ ବେଳେ ‘ଦେବାଶିଷ ଅମର ରହେ ‘ଆମ ମାଟିର ଗୌରବ ଦେବାଶିଷ, ତୁମକୁ ଶହେ ସଲାମ ଆଦି ସ୍ଲୋଗାନରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା । ଅନୁଗୁଳ ପୋଲିସ ପକ୍ଷରୁ ଗାର୍ଡ ଅଫ ଅନର ଦିଆ ଯାଇଥିଲା । ଅନୁଗୁଳ ଏସ୍.ପି. ଜଗମୋହନ ମୀନା , ଡ଼ିଆଇଜି ନରସିଂହ ଭୋଳ ଆଦି ଉପସ୍ଥିତ ଥିଲେ । ତେବେ ସହିଦଙ୍କ ବଳିଦାନ ବ୍ୟର୍ଥ ଯାଇନି ବୋଲି ଅଞ୍ଚଳବାସୀ କହିବା ସହ ଆମ ଗାଁ ଏବଂ ଜିଲ୍ଲା ପାଇଁ ଗର୍ବ ବୋଲି କହିଛନ୍ତି । ବୀର ଯବାନଙ୍କ ଦେଶପ୍ରେମ ଏବଂ ବଳିଦାନ ଓଡିଶାର ସ୍ୱର୍ଣ୍ଣିମ ଇତିହାସରେ ଚିରସ୍ମରଣୀୟ କରି ରଖିବ କହିଛନ୍ତି । ସେପଟେ ଦେଶ ପାଇଁ ସହିଦ ହୋଇଥିବା ପୁଅକୁ ହରାଇ ଭାଙ୍ଗି ପଡିଛନ୍ତି ପରିବାର ଲୋକ ।

ଏଠାରେ ସୂଚନା ଯୋଗ୍ୟ ଯେ , ବୁଧବାର କନ୍ଧମାଳ-କଳାହାଣ୍ଡି ସୀମାନ୍ତ ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ଗୁଳିବିନିମୟରେ ୫ ଜଣ ମାଓବାଦୀ ନିହତ ହୋଇଥିବାବେଳେ ୨ ଜଣ ଯବାନ ସହିଦ୍ ହୋଇଥିଲେ । ଦୁଇ ସହିଦ ଯବାନ ହେଲେ ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅଙ୍ଗପଡ଼ା ଗାଁର ଏସଓଜି ଯବାନ ଦେବାଶିଷ ସେଠୀ(୨୭) ଓ ମୟୁରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ୍ ବାଘଡ଼ା ପଞ୍ଚାୟତ ଅନ୍ତର୍ଗତ ସାନଭଦୁଆ ଗ୍ରାମର ସୁଧୀର କୁମାର ଟୁଡୁ (୨୮) । ଅଙ୍ଗପଡ଼ା ଗାଁର ସନାତନ ସେଠୀଙ୍କର ୩ ପୁଅ ଓ ଗୋଟିଏ ଝିଅ ମଧ୍ୟରୁ ବଡ଼ପୁଅ ହେଉଛନ୍ତି ଦେବାଶିଷ ୮ ବର୍ଷ ହେଲା ଏସଓଜି ଯବାନ ଭାବେ କାର୍ଯ୍ୟ କରୁଥିଲେ ।

ପ୍ରଥମେ ସେ ରାଉରକେଲାରେ ନିଯୁକ୍ତି ପାଇଥିଲେ । ରୋଜଗାରିଆ ପୁଅକୁ ହରାଇ ବାପା , ମାଆ ଭାଙ୍ଗି ପଡିଥିଲେ ମଧ୍ୟ ତାଙ୍କ ପୁଅ ଦେଶ ପାଇଁ ସହିଦ ହୋଇଥିବା ଯୋଗୁଁ ଗର୍ବ ମଧ୍ୟ ଅନୁଭବ କରିଛନ୍ତି । ଦେବାଶିଷ ଜଣେ ଦକ୍ଷ ପୁଲିସ ଯବାନ ଭାବେ ଗତବର୍ଷ ସେ କଳାହାଣ୍ଡି ପୁଲିସ ଅଧୀକ୍ଷକଙ୍କଠାରୁ ପଦକ ଲାଭ କରିଥିଲେ । ୮ ମାସ ତଳେ ଗାଁକୁ ଆସି ୫ ଦିନ ରହି ଫେରିଥିଲେ ।

Leave A Reply

Your email address will not be published.