Latest Odisha News

କମେଡିଆନ ବୀର ଦାସଙ୍କ ବଢ଼ୁଛି ଅଡୁଆ

ମୁମ୍ବାଇ: ବିଦେଶ ମାଟିରେ ଭାରତର ମାନ ତଳେ ପକାଇବା ନେଇ ଅଡୁଆରେ ପଡିଛନ୍ତି କମେଡିଆନ ବୀର ଦାସ । ଦିଲ୍ଲୀର ତିଳକମାର୍ଗରେ କେସ ରୁଜୁ ହେବା ପରେ ଏବେ ଫେଡେରେଶନ ଅଫ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପଲାଇଜ ତାଙ୍କ ସହ କୌଣସି ପ୍ରକାର କାମ ନ କରିବା ନେଇ ନିଷ୍ପତି ନେଇଛି । ଭେଟେରାନ ଅଭିନେତା ରାଜା ମୁରାଦ ଓ ଫିଲ୍ମମେକର ଅଶୋକ ପଣ୍ଡିତ ବୀର ଦାସଙ୍କୁ କଡା ସମାଲୋଚନା କରିଛନ୍ତି । ଦେଶ ବାହାରେ ଭାରତକୁ ଅପମାନିତ କରିବା ଏକ ଆତଙ୍କବାଦୀର କାମ । ଏମାନେ ଏକ ସ୍ଲିପର ସେଲର ସଦସ୍ୟ । ଭାରତକୁ ଅପମାନିତ କରିବା ସେମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ବୋଲି ପଣ୍ଡିତ କହିଛନ୍ତି ।

ବିଭିନ୍ନ ମହଲରୁ ସମାଲୋଚିତ ହେବା ପରେ ବୀର ଦାସ ଏ ନେଇ ପରୋକ୍ଷରେ କ୍ଷମା ପ୍ରାର୍ଥନା କରିଛନ୍ତି । ସୂଚନାଯୋଗ୍ୟ, ୱାଶିଂଟନ ଡିସିର ଜନ ଏଫ କେନେଡି ସେଂଟରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବୀର ଦାସ ଯୋଗ ଦେଇଥିଲେ । ମୁଁ ୨ଟି ଭାରତ ଶୀର୍ଷକରେ ସେ କହିଥିଲେ, ମୁଁ ସେହି ଭାରତର ଯେଉଁଠାରେ ଦିନରେ ମହିଳାଙ୍କୁ ପୂଜା କରାଯାଏ ଆଉ ରାତିରେ ଗଣବଳାତ୍କାର । ୬ ମିନିଟରେ ଏହି ଭିଡିଓ ଭାଇରାଲ ହେବା ପରେ ବୀର ଦାସ ଟ୍ରୋଲ ହେବାରେ ଲାଗିଛନ୍ତି ।

Comments are closed.