Latest Odisha News

BREAKING NEWS

ରନ୍ଧନ ଗ୍ୟାସ ଦରବୃଦ୍ଧି ବିରୁଦ୍ଧରେ ବିଜେଡିର ଆନ୍ଦୋଳନ ଡାକରା

ଭୁବନେଶ୍ୱର: ପୁଣି ଆନ୍ଦୋଳନକୁ ଓହ୍ଲାଇବ ବିଜୁ ଜନତା ଦଳ । ରନ୍ଧନଗ୍ୟାସ ଦରବୃଦ୍ଧି ବିରୁଦ୍ଧରେ ବିଜୁଜନତା ଦଳର ମହିଳା,ଛାତ୍ର ଓ ଯୁବ ସଂଙ୍ଗଠନ ଆନ୍ଦୋଳନକୁ ଓହ୍ଲାଇବ । ରନ୍ଧନ ଗ୍ୟାସ ଦର ବୃଦ୍ଧି ଉଜ୍ଜଳା ଯୋଜନାରେ ବିଫଳତା ନେଇ ଦଳ ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରିବ । ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତ୍ରୀ ତଥା ବିଧାୟିକା ପ୍ରମିଳା ମଲ୍ଲୀକ,ବିଧାୟକ ବ୍ୟୋମକେଶ ରାୟ ଏବଂ ଦେବୀ ରଞ୍ଜନ ତ୍ରୀପାଠୀ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।

ବିଜେଡିର ଏହି ତିନି ନେତା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଏଲପିଜି ଏଲପିଜି ରନ୍ଧନ ଗ୍ୟାସର ମୂଲ୍ୟ ଢେର ବୃଦ୍ଧି ପାଇଛି । ଯାହା ରାଜ୍ୟର ଭାଇ ଭଉଣୀଙ୍କ ସମେତ ସମଗ୍ର ରାଜ୍ୟକୁ ପ୍ରଭାବିତ କରିବା ସହ ଓଡିଶାର ୪.୫ କୋଟି ଜନତାଙ୍କ ଉପରେ ସିଧାସଳଖ ପ୍ରଭାବ ପକାଉଛି ।ବିଗତ ସାଢେ ୩ ବର୍ଷ ମଧ୍ୟରେ ଗ୍ୟାସ ଦର ୭୦ ପ୍ରତିଶତ ବୃଦ୍ଧି ହୋଇଛିା ବିଜେଡ଼ି ଏହି ଆନ୍ଦୋଳନକୁ ଜଊଉ ସ୍ତରୀୟ କରିବ । ଅର୍ଥାତ ରାଜ୍ୟରେ ତିନୋଟି ଆରଡ଼ିସି କଟକ, ସମ୍ବଲପୁର ଏବଂ ବ୍ରହ୍ମପୁରରେ ପ୍ରତିବାଦ କରିବ ବିଜେଡ଼ି । ସେହିପରି ଆରଡ଼ିସି ଜରିଆରେ ଆସୁଥିବା ସମସ୍ତ ବ୍ଲକରେ ମଧ୍ୟ ପ୍ରତିବାଦ ଓ ଆନ୍ଦୋଳନ କରିବ ବିଜେଡ଼ି । ପୂର୍ବରୁ ଅହେତୁକ ଦରଦାମ ବୃଦ୍ଧି, ପେଟ୍ରୋଲ ଡିଜେଲ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ବ୍ଲକ ସ୍ତରୀୟ ପ୍ରତିବାଦ ଜାରି ରଖିଥିଲା ।

କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିବା ପରେ ଏହି ଆନ୍ଦୋଳନକୁ ୧୦ ଦିନ ପାଇଁ ସ୍ଥଗିତ ରଖିଥିଲା ଦଳ । ଅର୍ଥାତ କେନ୍ଦ୍ର ସରକାରଙ୍କୁ ୧୦ ଦିନର ମହଲତ ଦିଆଯାଇଥିଲା ।ଗ୍ୟାସ ଦର ହ୍ରାସ କରିବା ସହ ଦରଦାମ ବୃଦ୍ଧି ଉପରେ ଅଙ୍କୁଶ ଲଗାଯାଉ । ରାଜ୍ୟପାଳକୁ ଏନେଇ ଏକ ଦାବି ପତ୍ର ପ୍ରଦାନ କରିଥିଲେ ବିଜେଡ଼ିର ଶୀର୍ଷ ନେତୃତ୍ୱ । ୨୦୧୬-୧୭ ରେ ୧୪.୨ କିଲୋ ସିଲିଣ୍ଡରର ଦାମ୍ ଥିଲା ଟ. ୫୪୯.୬୯ ଏବେ ଏହା ମାତ୍ରାଧିକ ଦର ବୃଦ୍ଧି ପାଇ ୯୨୬ ଟଙ୍କା ସିଲିଣ୍ଡର ଗୋଟା ପହଁଚିଥିବା କହିଛି ବିଜେଡ଼ି ।

ତେଣୁ ୨୨ ନଭେମ୍ବର ୨୦୨୧ରେ ବିଜେଡ଼ି ପ୍ରଥମେ କଟକ ଆରଡିସି କାର୍ୟ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବ , ଏହା ପରେ ୨୩ ନଭେମ୍ବର ୨୦୨୧ରେ ସମ୍ବଲପୁର ଆରଡିସି କାର୍ୟ୍ୟାଳୟ ସମ୍ମୁଖରେ ଏବଂ ୨୪ ନଭେମ୍ବର ୨୦୨୧ରେ ବ୍ରହ୍ମପୁର ଆରଡିସି କାର୍ୟ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯିବ । ଏଲପିଜି ରନ୍ଧନ ଗ୍ୟାସର ମୂଲ୍ୟ ହ୍ରାସ କରିବାକୁ ଦାବି କରିବା ସହିତ ଉଜ୍ଜ୍ୱଳା ଯୋଜନା ବିଫଳତାକୁ ନେଇ ଲୋକମାନଙ୍କ ସମ୍ମୁଖକୁ ନେବ ବୋଲି ବିଜେଡ଼ି କହିଛି

Leave A Reply

Your email address will not be published.