ଭୁବନେଶ୍ୱର: ଅପ୍ରେଲ୍ ୧୪ ତାରିଖରେ କିଟ୍ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେବାକୁ ଥିବା ସମ୍ମାନଜନକ ୟୁଥ-୨୦ କନସ୍ ଲ୍ଟେସନରେ ଯୋଗ ଦେବାକୁ ଆସିଥିବ । ଆମେରିକା, ବ୍ରିଟେନ, ଜର୍ମାନ, ୟୁକ୍ରେନ, ସୁଇଜରଲାଣ୍ଡ, ପୋଲାଣ୍ଡ, ଆର୍ମେନିଆ, ସ୍ଲୋଭାକିଆ, ବୁଲଗେରିଆ, କଙ୍ଗୋ, ଆଇଭେରି କୋଷ୍ଟ ଆଦି ୨୦ ଦେଶର ସାଂସଦ ଆଜି କିସ୍ ପରିଦର୍ଶନ କରିଥିଲେ ।
ଏହି ସାଂସଦମାନେ କିସ୍ ପରିଦର୍ଶନ କରିବା ସମୟରେ କିସ୍ର ୩୦ ହଜାର ଛାତ୍ରଛାତ୍ରୀଙ୍କୁ ଗୋଟିଏ ସ୍ଥାନରେ ଦେଖି ଅଭିଭୂତ ହୋଇ ପଡ଼ିଥିଲେ । ଭଗବାନଙ୍କ ଆଶୀର୍ବାଦ ନଥିଲେ ମାତ୍ର ୨୭ବର୍ଷ ମଧ୍ୟରେ ମାତ୍ର ଏଭଳି ଏକ ବିରାଟ ଅନୁଷ୍ଠାନ ସମ୍ଭବ ନୁହେଁ ସେମାନେ ମତ ବ୍ୟକ୍ତ କରିଥିଲେ । କିସ୍ର ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବା ଅବସରରେ ସେମାନେ କହିଲେ, ଯୁବଗୋଷ୍ଠୀ ହେଉଛନ୍ତି ବିଶ୍ୱର ଭବିଷ୍ୟତ । ସେମାନେ ଚାହିଁଲେ ଏକ ଶାନ୍ତି, ସୌହାର୍ଦ୍ଦ୍ୟପୂର୍ଣ୍ଣ ବିଶ୍ୱ ତିଆରି କରିପାରିବେ ।
କିସରେ ଏତେ ସଂଖ୍ୟକ ପିଲାଙ୍କ ମଧ୍ୟରେ ଏଭଳି ଶୃଙ୍ଖଳା ବିଶ୍ୱରେ ବିରଳ ବୋଲି ସାଂସଦମାନେ ମତ ପ୍ରକାଶ କରିଥିଲେ । ତୁମମାନଙ୍କ ଶୃଙ୍ଖଳା ଆମମାନଙ୍କୁ ଅଭିଭୂତ କରିଛି ବୋଲି ସେମାନେ କହିଥିଲେ । କିସ୍ରେ ତୁମମାନଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି ତୁମେମାନେ କଠିନ ପରିଶ୍ରମ ଓ ନିଷ୍ଠାର ସହ ସେସବୁର ବିନିଯୋଗ କରି ନିଜର ଲକ୍ଷ୍ୟ ପଥରେ ନିଶ୍ଚୟ ସଫଳତା ହାସଲ କରିପାରିବ ବୋଲି ସେମାନେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିସ୍ ବିଶ୍ୱ ବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ କୁମାର ବେହେରା, କୁଳ ସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ, କିସ୍ ମହାନିର୍ଦ୍ଦେଶକ କାହ୍ନୁ ଚରଣ ମାହାଲି ପ୍ରମୁଖ ଉପସ୍ଥିତ ଥିଲେ । ୟୁଥ-୨୦ କନ୍ସଲ୍ଟେସନ୍ ପାଇଁ ୧୪ ତାରିଖରେ ମୁଖ୍ୟ ଆକର୍ଷଣ ରହିଛନ୍ତି ତିନି ତିନି ଥର ଗ୍ରାମି ପୁରସ୍କାର ପାଇଥିବା ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଭାରତୀୟ ସଂଗୀତଜ୍ଞ ରିକି କେଜ୍ । ଆସନ୍ତା କାଲି ତାଙ୍କର ସଂଗୀତ ପରିବେଷଣ କାର୍ଯ୍ୟକ୍ରମ ରହିଛି ।
Comments are closed.