Latest Odisha News

BREAKING NEWS

ହଠାତ୍‌ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଲେ କେନ୍ଦ୍ରମନ୍ତ୍ରୀ ଜି.କିଷନ ରେଡ୍ଡୀ

ନୂଆଦିଲ୍ଲୀ: ଡାକ୍ତରଖାନାରେ ଭର୍ତ୍ତି ହେଲେ କେନ୍ଦ୍ରମନ୍ତ୍ରୀ ଜି.କିଷନ ରେଡ୍ଡୀ। ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି। କଗକାଲି ରାତିରେ ହଠାତ୍ ସେ ଅସୁସ୍ଥ ହୋଇପଡ଼ିଥିଲେ। ଛାତିରେ ଯନ୍ତ୍ରଣା ହେଉଛି ବୋଲି କହିବା ପରେ ରାତି ୧୦.୫୦ ବେଳେ ତାଙ୍କୁ ଦିଲ୍ଲୀ ଏମ୍ସକୁ ଅଣାଯାଇଥିଲା।

ଏମ୍ସରେ ତାଙ୍କୁ କାର୍ଡିଓ ନ୍ୟୁରୋ ସେଣ୍ଟରର କାର୍ଡିଆକ୍‌ କେୟାର ୟୁନିଟ୍‌(ହୃଦରୋଗ ବିଭାଗ)ରେ ରଖାଯାଇଛି ବୋଲି ସୂଚନା ମିଳିଛି। ସେଠାରେ ତାଙ୍କର ସମସ୍ତ ଚିକିତ୍ସା ଚାଲିଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ କୌଣସି ଅପଡ୍‌ଟେ ସୂଚନା ମିଳିପାରି ନାହିଁ।

ସୂଚନା ଥାଉକି ଜି. କିଷନ ରେଡ୍ଡୀ ବର୍ତ୍ତମାନ ମୋଦୀ ସରକାରରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତୀ ଅଛନ୍ତି। ତା ସହିତ ଉତ୍ତରପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ମଧ୍ୟ ରହିଛନ୍ତି। ୨୦୧୯ ଠାରୁ ସିକନ୍ଦରାବାଦରୁ ସେ ସାଂସଦ ରହିଛନ୍ତି।

Leave A Reply

Your email address will not be published.