Latest Odisha News

BREAKING NEWS

ବୋଲେରୋ-ଟ୍ରକ ମୁହାଁମୁହିଁ ଧକ୍କା: ୧୨ ଗୁରୁତର

ନବରଙ୍ଗପୁର:ଧର୍ମଗଡ ଅଭିମୁଖେ ଯାଉଥିବା ଏକ ବୋଲେରୋ ମଇଦଳପୁର ଥାନା ଅନ୍ତର୍ଗତ ଖଡକା ଘାଟି ନିକଟରେ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ୧୨ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ କୋକସରା ମେଡିକାଲରେ ଭର୍ତ୍ତି କରାଯାଇଛି।

ଘଟଣା ଘଟିଛି ଆଜି ସକାଳେ ।   ଓଡି୦୮୮୬୩୫୩  ନମ୍ବର ଏକ ବୋଲେରୋ  ଜଗଦଳପୁରରୁ ବାହାରି କଳାହାଣ୍ଡି ଧର୍ମଗଡ଼ ଅଭିମୁଖେ ଯାଉଥିଲା। ଏହି ସମୟରେ ଜଗତପୁରରୁ ଜୟପୁର ଅଭିମୁଖେ ଆସୁଥିଲା  ଓଡି୦୫ ଏଭି୩୨୮୪ର ଟ୍ରକ ।  ମଇଦଳପୁର ଥାନା ଅନ୍ତର୍ଗତ ଖଡକା ଘାଟି   ନିକଟରେ ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଥିଲା।  ଧକ୍କା ଏତେ ଜୋରରେ ହୋଇଥିଲା ଯେ,  ବୋଲେରୋର ସମ୍ମୁଖ ଅଂଶ ନଷ୍ଟ ହୋଇଯାଇଛି।

ଫଳରେ ବୋଲେରୋ ବସିଥିବା ୧୨ଜଣ  ଯାତ୍ରୀ ଗୁରୁତର ହୋଇଛନ୍ତି।  ମଇଦଳପୁର  ଓ କକସରା ପୁଲିସ   ପହଞ୍ଚି ଗୁରୁତରମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି।

ବୋଲେରୋରେ ଥିବା ଯାତ୍ରୀମାନେ ଆନ୍ଧ୍ରପ୍ରଦେଶରୁ ଧର୍ମଗଡ଼ ଅଭିମୁଖେ ଆସୁଥିଲେ । ପୁଲିସ ମିନି ଟ୍ରକ୍କୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ଓ  ଘଟଣାର ତଦନ୍ତ କରୁଛି।  ଗୁରୁତରଙ୍କ ମଧ୍ୟରେ ୪ ଜଣ ଶିଶୁ ଥିବା ସୂଚନା ରହିଛି ।

Leave A Reply

Your email address will not be published.