ନୂଆଦିଲ୍ଲୀ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବଢୁଛି ସସପେନ୍ସ । କାହାକୁ ଦେବେ ମୁଖ୍ୟମନ୍ତ୍ରୀ ପଦ ? ସିଦ୍ଧରମୈୟା ନା ଶିବକୁମାର ? ହାଇକମାଣ୍ଡ ବି ଦ୍ୱନ୍ଦ୍ୱରେ । ୪ ଦିନ ଗଲାଣି । ମୁଖ୍ୟମନ୍ତ୍ରୀ କିଏ ହେବ ନିଷ୍ପତ୍ତି ନେଇ ପାରୁନି ଦଳ । ଦିଲ୍ଲୀରେ ଡେରା ପକାଇଛନ୍ତି ଦୁଇ ଦାବିଦାର । ଦୁଇ ନେତାଙ୍କୁ ନେଇ ଏବେ ଅଡୁଆ ଛିଣ୍ଡୁ ନ ଥିବା ବେଳେ ଆବିର୍ଭାବ ହେଲେଣି ତୃତୀୟ ଦାବିଦାର । କର୍ଣ୍ଣାଟକ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜି.ପରମେଶ୍ୱର ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ଭାବେ ଉଭା ହେଲେଣି । ବରିଷ୍ଠ ନେତା ଜି.ପରମେଶ୍ୱର କର୍ଣ୍ଣାଟକ କଂଗ୍ରେସର ଅଧ୍ୟକ୍ଷ ବି ଥିଲେ ।
ମୁଖ୍ୟମନ୍ତ୍ରୀ ଆସନକୁ ନେଇ ଭାଗବଣ୍ଟା ଛିଣ୍ଡି ନ ଥିବାବେଳେ ପରେମଶ୍ୱର କହିଛନ୍ତି, ଯଦି ସୁଯୋଗ ମିଳେ ତେବେ ଶୀର୍ଷ ଦାୟିତ୍ୱ ସମ୍ଭାଳିବା ପାଇଁ ସେ ପ୍ରସ୍ତୁତ ଅଛନ୍ତି । ୨୦୧୩ରେ ସେ ହାରି ଯାଇଥିଲେ ବି ଦଳର ଦାୟିତ୍ୱ ନେବା ନେଇ ହାଇ କମାଣ୍ଡ ଉପରେ ଭରସା ରଖିଛନ୍ତି । ତାଙ୍କ ସପକ୍ଷରେ ୫୦ରୁ ଅଧିକ ବିଧାୟକ ଅଛନ୍ତି ଏବଂ ସେ ନିଜର ଶକ୍ତି ପ୍ରଦର୍ଶନ କରିପାରିବେ । କିନ୍ତୁ ଜଣେ ଶୃଙ୍ଖଳିତ ନେତା ଭାବେ ଏହା ସେ କରିବେ ନାହିଁ ବୋଲି କହିଛନ୍ତି ।
ଅନ୍ୟପକ୍ଷେ ଆଜି ନୂଆ ଦିଲ୍ଲୀ ସ୍ଥିତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରେ କଂଗ୍ରେସ କର୍ମୀଙ୍କ ବୈଠକ ହୋଇଥିଲା। ବୈଠକରେ ଖଡ଼ଗେ ସିଦ୍ଧରମେୟାଙ୍କ ନାଁରେ ମୁଖ୍ୟମନ୍ତ୍ରୀ ମୋହର ମାରିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ଫଳରେ ଶିବକୁମାରଙ୍କୁ ପୁଣିଥରେ ନିରାଶ ହେବାକୁ ପଡ଼ିଛି। ତେବେ ଡିକେ ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିପାରେ ବୋଲି କୁହାଯାଉଛି ।
Comments are closed.