Latest Odisha News

BREAKING NEWS

ଜି .ଉଦୟଗିରି ଏନଏସି ଅଧ୍ୟକ୍ଷାଙ୍କ ଅକାଳ ବିୟୋଗ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଜି .ଉଦୟଗିରି ଏନଏସିର ଅଧ୍ୟକ୍ଷାଙ୍କ ଅକାଳ ବିୟୋଗ । ମାତ୍ର ୫୧ବର୍ଷ ବୟସରେ ଚାଲିଗଲେ ଏନଏସିର ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ର । ଆଜି ଅପରାହ୍ନରେ ଭୁବନେଶ୍ୱରଠାରେ ହୃଦଘାତରେ ତାଙ୍କର ପରଲୋକ ହୋଇଯାଇଛି।

ଭାନୁପ୍ରଭା ଗତବର୍ଷ ଏନଏସି ନିର୍ବାଚନରେ ବିଜେଡି ଟିକେଟରେ ନିର୍ବାଚନ ଲଢ଼ି ବିଜୟ ଲାଭ କରିଥିଲେ। ତେବେ ଗତ କିଛି ମାସ ହେବ ସେ ଅସୁସ୍ଥ ଥିଲେ। ତାଙ୍କର ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସ ଚାଲିଥିଲା ।

ହଠାତ ଆଜି ତାଙ୍କ ବିୟୋଗ ହୋଇ ଯାଇଥିଲା । ତାଙ୍କର ମୃତ୍ୟୁ ଖବର ପାଇବା ପରେ ସାରା ସହରରେ ଶୋକର ଛାୟା ଖେଳିଯାଇଛି।
ତାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି । ସେ ଜଣେ ମେଳାପୀ ଏବଂ ପରୋପକାରୀ, ଧର୍ମପରାୟଣା ମହିଳା ଥିଲେ। ତାଙ୍କ ବିୟୋଗରେ କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ, ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ, ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ, ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ବିଜୟ ନାୟକ, ଏନଏସି ସଭାପତି ଗୋପାଳ କୃଷ୍ଣ ମହାପାତ୍ରଙ୍କ ସମେତ ସମସ୍ତ କାଉନସିଲର,ଏନଏସି ନିର୍ବାହୀ ଅଧିକାରୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି |

 

Leave A Reply

Your email address will not be published.