Latest Odisha News

BREAKING NEWS

‘ଭାରତ ମଣ୍ଡପମ’ରେ ବିଶ୍ୱ ନେତାଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଚମକୁଛି ଦିଲ୍ଲୀ ।   ଝଲସି ଯାଉଛି ବିଶ୍ୱବାସୀଙ୍କ ଆଖି । ଭାରତ ମଣ୍ଡପମରେ ଏକାଠି ହୋଇଛନ୍ତି ବିଶ୍ୱର ବହୁ ବଡବଡ ନେତା ।  ସାଜସଜ୍ଜା ଯେମିତି ସୁରକ୍ଷା ବ୍ୟବସ୍ଥା ବି ସେମିତି । ଶନିବାର ଆରମ୍ଭ ହୋଇଛି ଜି ୨୦ ଶିଖର ସମ୍ମିଳନୀ । ବିଶ୍ୱର ୨୦ ଅର୍ଥ ବ୍ୟବସ୍ଥାର ବରିଷ୍ଠ ନେତା ଏକାଠି ବିଶ୍ୱ ସମସ୍ୟାର ମନ୍ଥନ କରିବେ । ଦୁଇ ଦିନିଆ ଏହି ସମ୍ମିଳନୀକୁ ବିଶ୍ୱ ନେତାଙ୍କୁ ସ୍ୱାଗତ କରୁଛନ୍ତି ନିଜେ ପ୍ରଧାନମନ୍ତ୍ରୀ ମୋଦି ।

ଏହି ଶିଖର ସମ୍ମିଳନୀକୁ ନେଇ ଏକ ବର୍ଷ ପୂର୍ବରୁ ଭାରତ ସରକାରଙ୍କ ପକ୍ଷରୁ ଚାଲିଥିଲା ପ୍ରସ୍ତୁତି । ଏହି ସମ୍ମିଳନୀରେ ମୁଖ୍ୟ ଏଜେଣ୍ଡା ରହିବ ଜଳବାୟୁ ପରିବର୍ତ୍ତନ, ଋଣ, ଖାଦ୍ୟ ସୁରକ୍ଷା, ସ୍ଥିରତା ଏବଂ ଜିଓପଲିଟିକାଲ ଉତ୍ତେଜନା ଉପରେ ଚର୍ଚ୍ଚା । ଏବର୍ଷ ଜି ୨୦ ସମ୍ମିଳନୀର ଥିମ ରଖିଛି ଭାରତ ‘ୱାନ ଅର୍ଥ, ୱାନ ଫ୍ୟାମିଲି, ୱାନ ଫ୍ୟୁଚର’ ।

୮୦ ଦଶକ ପରେ ଏକ ବଡ ସୁଯୋଗ ମିଳିଛି  ଯେଉଁଠି ବିଶ୍ୱର ସବୁ ଶକ୍ତିଶାଳୀ ନେତା ଏକାଠି ହୋଇଛନ୍ତି । ଦିଲ୍ଲୀର ଭାରତ ମଣ୍ଡପମରେ ଏହି ସମ୍ମିଳନୀର ଆୟୋଜନ କରାଯାଇଛି ହେଲେ ସାରା ଦିଲ୍ଲୀ ଚମକୁଛି । ଏହି ସମ୍ମିଳନୀ ପାଇଁ ଦିଲ୍ଲୀର ପ୍ରାୟ ୩୫ କିଲୋମିଟର ଇଲାକାରେ ଲାଗିଛି ୫ ହଜାର ସିସିଟିଭି । ସ୍ପେଶାଲ କଣ୍ଟ୍ରୋଲ ରୁମ ଏବଂ ୫୦ ହଜାରରୁ ଅଧିକ ସୁରକ୍ଷାକର୍ମୀ ରାଜଧାନୀକୁ ଜଗିଛନ୍ତି । କେ୯ ଡଗ ସ୍କ୍ୱାଡ  ଏବଂ ଘୋଡା ସବାର ପୋଲିସ ସହାତୟାରେ ଜି-୨୦ ସମ୍ମିଳନୀ ଉପରେ କଡା ନଜର ରଖିବ । ମାଟିରୁ ଆକାଶ, ଆଲୋକରୁ ପବନ ୩୫ କିମି ମଧ୍ୟରେ ଯେଉଁଠି କିଛି ବି ବିପଦର ଆଶଙ୍କା ରହିଛି ସବୁ ଜାଗାରେ କଡା ସୁରକ୍ଷା ବ୍ୟବସ୍ଥା ।

ଗୋଟିଏ ପରେ ଗୋଟିଏ ନେତା ପହଞ୍ଚୁଥିଲେ ଭାରତ ମଣ୍ଡପମରେ । କୋଣାର୍କ ଚକ ସମ୍ମୁଖରେ ଛିଡ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅତିଥିଙ୍କୁ ସ୍ୱାଗତ କରୁଥିବା ଦେଖିବାକୁ ମିଳିଥିଲା ।  ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତ ମଣ୍ଡପମରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ।   ବାଇଡେନଙ୍କୁ ଦେଖାଇଥିଲେ କୋଣାର୍କ ଚକ । ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ କୋଣାର୍କ ଚକ ବିଷୟରେ ସୁଚନା ପ୍ରଦାନ କରିଥିଲେ । ପରେ ପରେ ସାଉଦିଆରବର କ୍ରାଉନ ପ୍ରିନ୍ସ ଏବଂ ପ୍ରଧାନମନ୍ତ୍ରୀ ମୋହମ୍ମଦ ବିନ ସଲମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ସ୍ୱାଗତ କରିଥିଲେ ।

ସେହିପରି ବ୍ରିଟେନ ରାଷ୍ଟ୍ରମୁଖ୍ୟ ରୁଷି ସୁନକ, ଋଷର ବିଦେଶ ମନ୍ତ୍ରୀ ସଗେଇ ଲାବରୋବ, ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ବିଡୋଡୋ , ବ୍ରାଜିଲ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡା ସିଲବା ଭାରତ ମଣ୍ଡପମରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ  ସମସ୍ତଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ।

Leave A Reply

Your email address will not be published.