Latest Odisha News

ଅକ୍ଷୟ କୁମାର @ 56 : ଜନ୍ମଦିନରେ ମହାକାଳଙ୍କ ଦର୍ଶନ କରି ଭସ୍ମ ଆଳତୀରେ ହେଲେ ସାମିଲ

ମୁମ୍ବାଇ : ବଲିଉଡରେ ଖିଲାଡି କହିଲେ ତାଙ୍କୁ ସମସ୍ତେ ଜାଣନ୍ତି  । ହଁ ଆଜ୍ଞା ଆମେ କହୁଛୁ ଅକ୍ଷୟ କୁମାରଙ୍କ କଥା  । ଆଜି ସେ ତାଙ୍କ ୫୬ତମ ଜନ୍ମଦିନ ପାଳନ କରୁଛନ୍ତି  । ଏ ନେଇ ଆଜି ସକାଳୁ ସେ ମହାକାଳ ମନ୍ଦିରରେ ପହଞ୍ଚି ପ୍ରଭୂଙ୍କୁ ଦର୍ଶନ କରିଛନ୍ତି  । ଅକ୍ଷୟ ତାଙ୍କ ପରିବାର ସହ ଆସି ମହାକାଳେଶ୍ବରଙ୍କ ଦରବାରରେ ପହଞ୍ଚିଥିଲେ  । ସେ କ୍ରିକେଟର ଶିଖର ଧାଓ୍ବନଙ୍କ ସହ ପ୍ରଭୁ ମହାକାଳଙ୍କ ଭସ୍ମ ଆଳତୀରେ ଅଂଶଗ୍ରହଣ କରିଥିଲେ । ଭାରତୀୟ ଦଳର ବିଜୟ ତଥା ଦେଶର  ପ୍ରଗତି ପାଇଁ ପ୍ରାର୍ଥନା କରିଥିଲେ  । ପୂର୍ବରୁ ମଧ୍ୟ ସେ ମହାକାଳଙ୍କୁ ଦର୍ଶନ କରିଛନ୍ତି । ଆଜି ମନ୍ଦିର ଦର୍ଶନ ଲାଗି ଆସିବା ନେଇ କୌଣସି ସୂଚନା ନଥିବାବେଳେ ହଠାତ୍ ଭକ୍ତମାନେ ତାଙ୍କୁ ଦେଖି ଖୁସି ବ୍ୟକ୍ତି କରିଛନ୍ତି ।

ଅକ୍ଷୟ କୁମାର ସେପ୍ଟେମ୍ବର ୯ ତାରିଖ ୧୯୬୭ ମସିହାରେ ପଞ୍ଜବାବର ଅମୃତସରରେ ଜନ୍ମଗ୍ରହଣ କରିଥିଲେ  । ତାଙ୍କର ପ୍ରକୃତ ନାମ ହେଉଛି ରାଜୀବ ଭାଟିଆ  ଯାହାକୁ ସେ ଇଣ୍ଡଷ୍ଟ୍ରିରେ ଆସିବା ପରେ ବଦଳାଇଥିଲେ | ଅକ୍ଷୟ କୁମାର ୧୯୯୧ ମସିହାରେ ଫିଲ୍ମ ସୌଗନ୍ଧରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଏହି ଚଳଚ୍ଚିତ୍ରରେ ତାଙ୍କ ସହ ରାଖୀ ଏବଂ ଶାନ୍ତିପ୍ରିୟା ମୁଖ୍ୟ ଭୂମିକାରେ ଥିଲେ। ଅକ୍ଷୟ ତାଙ୍କ ତିରିଶ ବର୍ଷ କ୍ୟାରିଅରରେ ୧୪୦ରୁ  ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି | ଆକ୍ସନ୍ ଫିଲ୍ମ ହେଉ କିମ୍ବା କମେଡି ଏବଂ ପାରିବାରିକ ଡ୍ରାମା, ସେ ପ୍ରତ୍ୟେକ ଚରିତ୍ରକୁ ନିଖୁଣ ଭାବରେ ଅଭିନୟ କରିଛନ୍ତି  । ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ଓଏମଜି ସଫଳତା ହେତୁ ଅକ୍ଷୟ କୁମାର ହେଡଲାଇନରେ ଅଛନ୍ତି । ସେ ଅଭିନୟ କରିଥିବା ଫିଲ୍ମ ମଧ୍ୟରୁ ଫିର ହେରା ଫେରି, ଗରମ ମସାଲା, ଓ୍ବେଲକମ୍ , ବୁଲବୁଲେୟା , ବେବି, ଗବର ଇଜ୍ ବ୍ୟାକ୍ ଭଳି ଚଳଚିତ୍ର ତାଙ୍କୁ ଅନେକ ସଫଳତା ଆଣିଦେଇଛି  ।

 

Leave A Reply

Your email address will not be published.