Latest Odisha News

BREAKING NEWS

ଗାବାରେ ବ୍ୟାଟ୍ସମ୍ୟାନଙ୍କୁ ଅପେକ୍ଷା କରି ରହିଛି ପେସ, ବାଉନ୍ସ

ଗାବା: ପର୍ଥ ଓ ଆଡିଲେଡ ପରେ ଏବେ ଗାବା ଟେଷ୍ଟ ଉପରେ କ୍ରିକେଟ ପ୍ରଶଂସକଙ୍କ ନଜର । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ଏଠାରେ ଡିସେମ୍ବର ୧୪ରୁ ଖେଳାଯିବ । ଏହାର ପିଚ ପେସ ବୋଲରଙ୍କୁ ସୁହାଇବ ବୋଲି ପିଚ କ୍ୟୁରେଟର ଭବିଷ୍ୟବାଣୀ କରିଛନ୍ତି । ପେସ ଓ ବାଉନ୍ସ ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକାଇବ ବୋଲି ଅନୁମାନ କରାଯାଉଛି । ପିଚ କ୍ୟୁରେଟର ଡେଭିଡ ସ୍ୟାଣ୍ଡସେର୍କୀ କହିଛନ୍ତି ମ୍ୟାଚର ପ୍ରଥମ ସେଶନରେ ପେସ ବୋଲର ସମ୍ପୂର୍ଣ୍ଣ ଫାଇଦାରେ ରହିବେ । ପରେ ଅବଶ୍ୟ ଏହା କିଛି ମାତ୍ରାରେ ଧୀମା ହେବ ବୋଲି ସେ କହିଛନ୍ତି ।

୨ ବର୍ଷ ତଳେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ୨ ଦିନ ମଧ୍ୟରେ ଶେଷ ହୋଇ ଯାଇଥିଲା । ପ୍ରଥମ ଦିବସରେ ୧୫ଟି ୱିକେଟର ପତନ ଘଟିଥିଲା । ଗାବାରେ ଅଷ୍ଟ୍ରେଲିଆ ଟିମର ରେକର୍ଡ ଭଲ ରହିଛି । ୨୦୨୧ରେ ଅଷ୍ଟ୍ରେଲିଆ ଏଠାରେ ଭାରତ ନିକଟରୁ ପ୍ରଥମ ଥର ପରାଜିତ ହୋଇଥିଲା । ୧୯୮୮ରୁ ଘରୋଇ ଦଳ ଏଠାରେ ଅପରାଜେୟ ଥିଲେ । ଉଭୟ ଦେଶ ମଧ୍ୟରେ ୨୮ଟି ଟେଷ୍ଟ ସିରିଜ ଖେଳାଯାଇଛି । ଅଷ୍ଟ୍ରେଲିଆ ୧୨ ଓ ଭାରତ ୧୧ରେ ବିଜୟୀ ହୋଇଛି । ୫ଟି ସିରିଜ ଡ୍ର ରହିଛି ।

ଅଷ୍ଟ୍ରେଲିଆରେ ଉଭୟ ଦେଶ ମଧ୍ୟରେ ୧୩ଟି ସିରିଜ ଖେଳାଯାଇଛି । ଭାରତ ମାତ୍ର ୨ଥର ବିଜୟୀ ହୋଇଥିବା ବେଳେ ଅଷ୍ଟ୍ରେଲିଆ ୮ଥର ଜିତିଛି । ୩ଟି ସିରିଜ ଡ୍ର ରହିଛି । ୧୪ରୁ ୧୮ ଡିସେମ୍ବରରେ ଏଠାରେ ତୃତୀୟ ଟେଷ୍ଟ ଖେଳାଯାଇଛି । ୨୬ରୁ ୩୦ ଡିସେମ୍ବର ପର୍ଯ୍ୟନ୍ତ ମେଲବୋର୍ଣ୍ଣରେ ୪ର୍ଥ ଏବଂ ୩ରୁ ୭ ଜାନୁୟାରୀ ପର୍ଯ୍ୟନ୍ତ ସିଡନୀରେ ୫ମ ଟେଷ୍ଟ ଖେଳାଯିବ ।

Leave A Reply

Your email address will not be published.