Latest Odisha News

BREAKING NEWS

‘ଗଦର ୨’ ର ଚାଲିଛି ଆଡ଼ଭାନ୍ସ ବୁକିଂ, ଦ୍ୱିତୀୟ ଦିନରେ ଭାଙ୍ଗିଲା ରେକର୍ଡ଼

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗଦର ୨’ କୁ ଅଭିନେତା ସନି ଦେଓଲ ଏବଂ ଅମିଷା ପଟେଲ ଏବେ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମ ଆସନ୍ତା ୧୧ ତାରିଖରେ ବିଭିନ୍ନ ପ୍ରେକ୍ଷାଳୟରେ ରିଲିଜ ହେବ । କିନ୍ତୁ ଏହାପୂର୍ବରୁ ଏହାର ଆଡଭାନ୍ସ ବୁକିଂ ଆରମ୍ଭ ହୋଇସାରିଛି । ଏହାର ପ୍ରଥମ ଦିନରେ ପ୍ରାୟ ୩୦ ହଜାରରୁ ଅଧିକ ଟିକେଟ ବିକ୍ରି ହୋଇଥିବା ବେଳେ ଦ୍ୱିତୀୟ ଦିନରେ ୧୨,୧୦୦ ଟିକେଟ ବିକ୍ରି ହୋଇଛି । ଏଭଳି ପରିସ୍ଥିତିରେ ଦର୍ଶକ ମଧ୍ୟ ଏହି ଫିଲ୍ମର ରିଲିଜକୁ ଅପେକ୍ଷା କରି ରହିଛନ୍ତି ।

ରିଲିଜ୍ ହୋଇସାରିଥିବା ଏହି ଫିଲ୍ମର ଟ୍ରେଲର ଏବଂ ଫିଲ୍ମର ଗୀତରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ତାରା ସିଂ ଏବଂ ସାକିନାଙ୍କ ଯୋଡିକୁ ଦର୍ଶକ ପୁଣିଥରେ ପସନ୍ଦ କରିବେ । ଏଥିରେ ନିର୍ଦ୍ଦେଶକ ଅନିଲ ଶର୍ମା ନିର୍ଦ୍ଦେଶନା ଦେଇଛନ୍ତି । ୨୦୦୧ ମସିହାରେ ରିଲିଜ୍ ହୋଇଥିବା ‘ଗଦର’ ଭଳି ଏହା ମଧ୍ୟ ଏହାର ଉଦଘାଟନୀ ଦିନରେ ବକ୍ସ ଅଫିସରେ ଧମାଲ କରିବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି ।

ନିକଟରେ ‘ଗଦର ୨’ ରେ ସନି ଦେଓଲଙ୍କ ପୁଅ ଭୂମିକାରେ ଅଭିନୟ କରିଥିବା ଅଭିନେତା ଉତ୍କର୍ଷ ଶର୍ମା କହିଛନ୍ତି ଯେ, ‘ଗଦର ୨’ ଅକ୍ଷୟ କୁମାରଙ୍କ ଅଭିନୀତ ସିକ୍ୱେଲ ଓଏମ୍‌ଜି ୨ ସହିତ ଲଢେଇ ହେବ । ଫିଲ୍ମର ଉଦ୍ଦେଶ୍ୟ ବିବାଦ ବା ନକାରାତ୍ମକତାରୁ ଉର୍ଦ୍ଧ୍ୱରେ ରହି ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇବା । ପ୍ରେକ୍ଷାଳୟରେ ପୁନର୍ବାର ସେଭଳି ପରିସ୍ଥିତି ତିଆରି କରିବା ଜରୁରୀ । ଅକ୍ଷୟ ସାର୍ ଫିଲ୍ମରେ ମହାଦେବଙ୍କ ଦୂତ ଭୂମିକାରେ ଅଭିନୟ କରିଥିବା ବେଳେ ଆମ ଫିଲ୍ମ ଉପରେ ମଧ୍ୟ ମହାଦେବଙ୍କ ଆଶୀର୍ବାଦ ରହିଛି ।

ଗଦର ଏକ୍ ପ୍ରେମ୍ କଥା’ର କାହାଣୀ ଇଣ୍ଡୋ-ପାକ୍ ବିଭାଜନ ପରେ ସକିନା ନାମକ ଜଣେ ମୁସଲମାନ ଯୁବତୀଙ୍କ ସହ ତାରା ସିଂହ ନାମକ ଜଣେ ଭାରତୀୟ ଶିଖ ଯୁବଙ୍କ ସହିତ ପ୍ରେମକୁ ଚିତ୍ରଣ କରିଥିଲା ।‘ଗଦର’ରେ, ତାରା ସିଂହ ପାକିସ୍ତାନ ଯାଇ ତାଙ୍କ ପତ୍ନୀଙ୍କୁ ଫେରାଇ ଆଣନ୍ତି ଏବଂ ବର୍ତ୍ତମାନ ‘ଗଦର ୨’ ରେ ସେ ପୁଣି ସୀମା ପାର ହେବେ କିନ୍ତୁ ଏଥର ନିଜ ପୁଅକୁ ଫେରି ପାଇବା ପାଇଁ ।

Comments are closed.