Latest Odisha News

BREAKING NEWS

ଆସନ୍ତୁ ଜାଣିବା ଭୋୟାଜର ସ୍ପେଶକ୍ରାଫ୍ଟ ସମ୍ପର୍କରେ…ଯାହାକି ପରଗ୍ରହୀଙ୍କ ପାଖରେ ପଂହଚାଇବ ଆମ ବାର୍ତା

ୱାଶିଂଟନ: ୪୬ ବର୍ଷ ତଳେ ନାସା ପକ୍ଷରୁ ଭୋୟାଜର ସ୍ପେଶକ୍ରାଫ୍ଟ ସୌରଜଗତ ବାହାରକୁ ପଠା ଯାଇଥିଲା । ୧୯୭୭ରେ ଲଂଚ ହେବା ପରେ ଏବେ ପ୍ରଥମ ଥର ପାଇଁ ଏହା ସହିତ ନାସାର ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା । ଯାହାକି ଏକ ଚିନ୍ତାର ବିଷୟ ଥିଲା । ଅବଶ୍ୟ ୧୨ ଦିନ ପରେ ଭୋୟାଜର ହର୍ଟବିଟ ପଠାଇଥିଲା । ତେବେ ଏହି ସ୍ପେଶକ୍ରାଫ୍ଟଙ୍କୁ କାହିଁକି ପଠା ଯାଇଥିଲା ଆସନ୍ତୁ ଜାଣିବା । ପରଗ୍ରହୀ ଅଛନ୍ତି କି ନାହିଁ । ଏହା ଜାଣିବା ପାଇଁ ନାସାର ବୈଜ୍ଞାନିକମାନେ ଏହାକୁ ନିର୍ମାଣ କରିଥିଲେ । ଏହି ସ୍ପେଶକ୍ରାଫ୍ଟରେ ଟାଇମ କ୍ୟାପଶୁଲ ଲାଗିଛି । ଯଦି ଭାଗ୍ୟବଶତଃ ଏହା କୌଣସି ଏଲିୟନ ପାଏ ତେବେ ଅନ୍ୟ ଏକ ଗ୍ରହରେ ଜୀବନସତା ଥିବା କଥା ଜାଣିପାରିବ ।

BjdElectrycity

୧୨ ଇଂଚ ସୁନାର ଏକ ପ୍ରଲେପ ଏହା ଉପରେ ଦିଆଯାଇଛି । ଏଥିରେ ସଙ୍ଗୀତ, ପ୍ରକୃତିର ସ୍ୱର, ରେକର୍ଡିଂ ରହିଛି । ଏହାକୁ ପାଇଥିବା ଏଲିୟନ ପାଖରେ ଯଦି କାନ କିମ୍ବା ଆଖି ଥିବ ସେ ନିଶ୍ଚିତ ଭାବେ ଏହାକୁ ଅନୁଭବ କରିପାରିବ । ଯେଉଁଠାରେ ବାୟମୁଣ୍ଡଳ ଥିବ ସେଠାରେ ଶବ୍ଦ ଯାତ୍ରା କରିପାରିବ । ୫୪୦୦୦ ପ୍ରତି ଘଂଟା ସ୍ପିଡରେ ଏହା ଆଗଗୁ ଆଗ ମାଡି ଚାଲିଛି । ବୈଜ୍ଞାନିକଙ୍କ ମତରେ ଏପରି ଏକ ସମୟ ଆସିବ ଯେ, ସ୍ପେଶକ୍ରାଫ୍ଟ ସହ ଯୋଗାଯୋଗ ସମ୍ଭବ ହୋଇପାରିବ ନାହିଁ । ମାତ୍ର ଆମର ବାର୍ତା ମହାକାଶରେ ଘୁରି ବୁଲୁଥିବ । ଅନ୍ୟ ଏକ ନକ୍ଷତ୍ର ନିକଟରେ ପଂହଚିବା ପାଇଁ ଏହାକୁ ୩୦୦୦୦୦ ବର୍ଷ ଲାଗିବ । ଦେଖାଯାଉ ଭବିଷ୍ୟତରେ ଏହା ଆମ ପାଇଁ କଣ ଖବର ଆଣୁଛି ।

Leave A Reply

Your email address will not be published.