ମୁମ୍ବାଇ: ୱିକେଣ୍ଡ ବକ୍ସ ଅଫିସ କଲେକ୍ସନରେ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ୧୦୦ ବର୍ଷର ରେକର୍ଡ ଭାଙ୍ଗିଛି । ସନୀ ଦେଓଲଙ୍କ ଗଦର ୨, ଅକ୍ଷୟ କୁମାରଙ୍କ ଓଏମଜି ୨, ରଜନୀକାନ୍ତଙ୍କ ଜେଲର ଓ ଚିରଞ୍ଜିବୀଙ୍କ ଭୋଳା ଶଙ୍କର ଫିଲ୍ମ ୱିକେଣ୍ଡରେ ୪୦୦ କୋଟି ଆୟ କରିଛି । ଯାହା କି ଏକ ରେକର୍ଡ । ଏହା ପୂର୍ବରୁ ଗୋଟିଏ ଦିନରେ ଫିଲ୍ମ ମାଧ୍ୟମରେ ଏତେ ଆୟ ହୋଇ ନ ଥିଲା । ସେହପିରି ୧୦ ବର୍ଷ ପରେ ୨.୧୦ କୋଟି ଫିଲ୍ମ ପ୍ରଶଂସକ ହଲକୁ ଯାଇଛନ୍ତି । ଏହା ମଧ୍ୟ ଏକ ରେକର୍ଡ । ଗଦର ୨ ୱିକେଣ୍ଡରେ ୧୩୫ କୋଟି, ଓଏମଜି ୨ ୪୩.୦୬କୋଟି, ଜେଲର ୧୫୦ କୋଟି ଓ ଭୋଳା ଶଙ୍କର ୨୫ କୋଟି ଟଙ୍କା ଆୟ କରିଛି । ଏହାର ସଂଖ୍ୟା ଅଧିକ ହୋଇପାରେ ବୋଲି ଦି ପ୍ରଡ୍ୟୁସର ଗିଲ୍ଡ ଅଫ ଇଣ୍ଡିଆ ଓ ମଲ୍ଟିପ୍ଲେକ୍ସ ଆସୋସିଏଶନ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଦର୍ଶକ ଫିଲ୍ମ ହଲକୁ ଫେରିବା ନିଶ୍ଚିତ ଭାବେ ଖୁସିର କଥା ।
ସୋମବାର ଏବଂ ଅଗଷ୍ଟ ୧୫ ଛୁଟି ଥିବାରୁ ଏହି ସୁପରହିଟ ଫିଲ୍ମଗୁଡିକ ଆହୁରି ଆୟ କରିବ ବୋଲି ଆଶା କରୁଛି । ଦୀର୍ଘ ଦିନ ପରେ ବକ୍ସ ଅଫିସରେ ଟିକେଟ ବିକ୍ରି ଆମକୁ ଉତ୍ସାହିତ କରିଛି ବୋଲି ଏହାର ସଭାପତି ଶୀବାଶିଷ ସର୍କାର କହିଛନ୍ତି । କ୍ରମାଗତ କ୍ଷତି ଯୋଗୁ ଆମ ଅଂଟା ଭାଙ୍ଗି ଯାଇଥିଲା । ଏପରିକି ଅନେକ ହଲ ବନ୍ଦ ହୋଇଯାଇଥିବା ସେ କହିଛନ୍ତି । ନୂତନ ଆଶା ସଂଚାର ହେବା ଦ୍ୱାରା ଆମ ମନୋବଳ ବଢ଼ିଛି ବୋଲି ସେ କହିଛନ୍ତି ।
Comments are closed.