Latest Odisha News

BREAKING NEWS

କାର୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା; ଅତିରିକ୍ତ ଏସ୍‌ପିଙ୍କ ପରିବାରର ୪ ସଦସ୍ୟ ଆହତ

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ପିତାମ୍ବପୁର ନିକଟରେ ଏକ କାର୍‌ ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ୪ ଜଣ କୋରାପୁଟ ଅତିରିକ୍ତ ଏସ୍‌ପି ଉତ୍କଳ ରଞ୍ଜନ ଦାଶଙ୍କ ପରିବାରର ସଦସ୍ୟ ବୋଲି ଜଣାପଡିଛି ।

ସୂଚନାନୁସାରେ, ଶନିବାର ଦିନ କୋରାପୁଟ ଅତିରିକ୍ତ ଏସ୍‌ପି ଉତ୍କଳ ରଞ୍ଜନ ଦାଶ ଏବଂ ତାଙ୍କର ପରିବାର ଲୋକ ଏକ ବିବାହ କାର୍ଯ୍ୟରେ ସାମିଲ ହେବାକୁ ୪ଟି କାର୍‌ରେ ବ୍ରହ୍ମପୁର ଯାଉଥିଲେ । ବ୍ରହ୍ମପୁରରୁ ଦିଗପହଣ୍ଡି ଯାଉଥିବା ଏକ ଟ୍ରାକ୍ଟର ପିତାମ୍ବରପୁର ଠାରେ ଗୋଟିଏ କାରକୁ ସାମ୍ନାରୁ ଧକ୍କା ଦେଇଥିବା ସୂଚନା।

ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ଦିଗପହଣ୍ଡି ଆଇଆଇସି ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ବ୍ରହ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ।ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଭୁବନେଶ୍ୱର ଏକ ଘରୋଇ ହସ୍‌ପିଟାଲ୍‌କୁ ସେମାନଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.