Latest Odisha News

BREAKING NEWS

କ୍ୱାରେଣ୍ଟାଇନ ଅବଧି ବଢାଇଲା ଗଜପତି ଜିଲ୍ଲା ପ୍ରଶାସନ

ଗଜପତି: ଆନୁଷ୍ଠାନିକ ଭାବରେ କ୍ୱାରେଣ୍ଟାଇନ ଅବଧି ବଢାଇଛନ୍ତି ଗଜପତି ଜିଲ୍ଲା ପ୍ରଶାସନ। ପୂର୍ବରୁ ଏହି ଅବଧି ୧୪ଦିନ ଥିବା ବେଳେ ଜିଲ୍ଲା ପ୍ରଶାସନ ସୋମବାର ଦିନ କ୍ୱାରେଣ୍ଟାଇନ ଅବଧିକୁ ୨୧ ଦିନ ବଢାଇଛନ୍ତି ।

୨୧ ଦିନ ସଂଗରୋଧରେ ରହିବା ପରେ ପ୍ରଥମେ ପ୍ରୋତ୍ସାହନ ରାଶି ୧୦୦୦ ଟଙ୍କା ଏବଂ ପରବର୍ତ୍ତୀ ୭ଦିନ ଘରେ ସଙ୍ଗରୋଧରେ ରହିବା ପରେ ଆଉ ୧୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

ଲକ୍ଷଣ ନଥାଇ କରୋନା ସଂକ୍ରମିତ ହେବା ଓ ସଙ୍ଗରୋଧ କେନ୍ଦ୍ରରୁ ଘରକୁ ଯିବା ପରେ ମଧ୍ୟ ସଂକ୍ରମିତ ହେଉଥିବା ଯୋଗୁଁ ଏହି ସଂଗରୋଧ ଅବଧି ବଢାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା।

Leave A Reply

Your email address will not be published.