Latest Odisha News

BREAKING NEWS

ବିଶ୍ୱରେ ୧ କୋଟି ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ସୁସ୍ଥ ହେଲେଣି ୫୫ ଲକ୍ଷରୁ ଉର୍ଦ୍ଧ୍ବ ଲୋକ

ନୂଆଦିଲ୍ଲୀ: ବିଶ୍ୱରେ କୋଟିଏ ଟପିଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଚାହୁଁଚାହୁଁ ଏହି ମହାମାରୀ ସାରା ବିଶ୍ଵରେ ବିଜୁଳି ବେଗରେ ଛାଇ ଗଲାଣି । ସଦ୍ୟତମ ରିପୋର୍ଟ ଅନୁଯାୟୀ,ବିଶ୍ବରେ କୋରୋନା ପଜିଟିଭଙ୍କ ସଂଖ୍ୟା ୧ କୋଟି ୨ ଲକ୍ଷ ୪୨ ହଜାର ୯୩୦କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୪ ହଜାର ୩୬୬ ଛୁଇଁଛି । ଏହାସହ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୫୫ ଲକ୍ଷ ୫୩ ହଜାର ୧୦୭ ଆକ୍ରାନ୍ତ ଆମେରିକାରେ ସର୍ବାଧିକ ୧ ଲକ୍ଷ ୨୮ ହଜାର ୪୩୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ।

ଆମ ଦେଶ ଭାରତରେ ବଢ଼ିବାରେ ଲାଗିଛି କରୋନା କହର । ରବିବାର ଦିନ ୧୯ ହଜାର ୯୦୬ଜଣ ସଂକ୍ରମିତ ହୋଇଥିବା ବେଳେ ୪୧୦ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ପଜିଟିଭ୍ ସଂଖ୍ୟା ୫ଲକ୍ଷ ୨୮ହଜାର ୮୫୯ଥିବା ବେଳେ ଆକ୍ଟିଭ୍ କେସ୍ ରହିଛି ୨ଲକ୍ଷ ୩ହଜାର ୫୧ଟି । ୩ଲକ୍ଷ ୯୭ହଜାର ଜଣ ସୁସ୍ଥ ହୋଇଥିବା ବେଳେ ମୋଟ୍ ୧୬ ହଜାର ୫୫ଜଣଙ୍କ ମୃତ୍ୟୁ ହେଲାଣି ।

ଏହି ସଙ୍କଟ ସମୟରେ ଦେଶର ଅର୍ଥନୀତି ଆଗେଇ ନେବା ପାଇଁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

Leave A Reply

Your email address will not be published.