Latest Odisha News

BREAKING NEWS

ଐତିହ୍ୟ ପଦଯାତ୍ରୀଙ୍କ କପିଳେନ୍ଦ୍ର ଦେବଙ୍କ ସ୍ମୃତି ଚାରଣ

କଟକ: କଟକ ଐତିହ୍ୟ ପଦଯାତ୍ରାର ଆବାହକ ଡକ୍ଟର ଦୀପକ ସାମନ୍ତରାୟଙ୍କ ତତ୍ତ୍ବାବଧାନରେ ବାରବାଟି ଦୁର୍ଗଠାରେ ସୂର୍ଯ୍ୟ ରାଜବଂଶର ପ୍ରତିଷ୍ଠାତା ଗଜପତି କପିଳେନ୍ଦ୍ର ଦେବଙ୍କର ପାଞ୍ଚଶହ ନବେତମ ଅଭିଷେକ ଦିବସ ପ୍ରଥମ ଥର‌ ପାଇଁ ପାଳିତ ହୋଇଯାଇଛି । ଶ୍ରଦ୍ଧା ସୁମନ ଅର୍ପଣ କରାଯିବା ପରେ ଅନୁଷ୍ଠାନର ସଭ୍ୟ ତଥା ବରିଷ୍ଠ ଇତିହାସ ଅଧ୍ୟାପକ ଡକ୍ଟର ହେମନ୍ତ କୁମାର ପରିଡା କପିଳେନ୍ଦ୍ର ଦେବଙ୍କର ବହୁମୁଖୀ ପ୍ରତିଭା ସଂପର୍କରେ ବର୍ଣ୍ଣନା କରିବା ସଙ୍ଗେସଙ୍ଗେ ତାଙ୍କୁ ଓଡିଆ ଅସ୍ମିତାର ଆଦ୍ୟ ପ୍ରବକ୍ତାରୂପେ ଅଭିହିତ କରିଥିଲେ ।

ଅନ୍ୟତମ ବକ୍ତା ଶ୍ରୀକାନ୍ତ ସିଂହ କହଥିଲେ ଯେ, ଓଡିଶାର ଗର୍ବ ଓ ଗୌରବ ତଥା ଜଗନ୍ନାଥଙ୍କୁ ରାଷ୍ଟ୍ରୀୟ ଦେବତା ରୂପେ ପ୍ରତିପାଦନ କରିଥିବା କପିଳେନ୍ଦ୍ରଙ୍କର ପ୍ରତିମୂର୍ତ୍ତିଟିଏ ଆଜି ପର୍ଯ୍ୟନ୍ତ କଟକ ନଗରରେ ସ୍ଥାପିତ ନ ହୋଇ ପାରିବାଟା ପରିତାପର ବିଷୟ। ଓଡ଼ିଆ ଅସ୍ମିତାର ଶକ୍ତିଶାଳୀ ପ୍ରତୀକ ହେଇଥିବା ହେତୁ‌ ତାଙ୍କ ପ୍ରତିମୁର୍ତୀ ପ୍ରତିଷ୍ଠା ଦିଗରେ ଶୀଘ୍ର ଉଦ୍ୟମ ଜରୁରୀ।

ଦ୍ବିତୀୟ ପର୍ଯ୍ୟାୟରେ ଯୁବ ଐତିହ୍ୟ ପଦଯତ୍ରୀମାନେ ଧବଳେଶ୍ୱର ନିକଟସ୍ଥ ସର୍ପେଶ୍ଵର ମନ୍ଦିରରେ ଥିବା ଗଜପତି କପିଳେନ୍ଦ୍ର ଦେବଙ୍କ ପ୍ରତିମୂର୍ତ୍ତୀର‌ ମନ୍ଦିରର ପୂଜକଙ୍କ ସହାୟତାରେ ଅଭିଷେକ କରାଇଥିଲେ।
ଜିତେନ୍ଦ୍ରୀୟ ସିଂହ,ଆଦିତ୍ୟ ଘୋଷ, ଡକ୍ଟର ରବୀନ୍ଦ୍ର କୁମାର ମିଶ୍ର,ଅରୁଣିତା ପାଢୀ,କବିତା ପଟ୍ଟନାୟକ,ପ୍ରକାଶ ସିଂହ,ମୟଙ୍କ ପାଠକ,ତେଜେଶ ସାହୁ,ସେକ୍ କଲିମୁଲ୍ଲା,ଅମୂଲ୍ୟ ରାଉତରାୟ, ଅମର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ନିଶାନ୍ତ ସିଂହ ସଫଳ କାର୍ଯ୍ୟକ୍ରମ ପାଇଁ ଉପସ୍ଥିତ ଐତିହ୍ୟପ୍ରେମୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

Comments are closed.