Latest Odisha News

ଭକ୍ତଙ୍କ ପ୍ରାର୍ଥନା ଶୁଣିଲେ ମହାପ୍ରଭୁ: ପୁରୀ ଗଜପତି

ପୁରୀ: ରଥଯାତ୍ରା ପାଇଁ ଅନୁମତି ମିଳିବା ପରେ ପୁରୀ ଗଜପତି ଦିବ୍ୟ ସିଂହ ଦେବ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଭାବଗ୍ରାହି ମହାପ୍ରଭୁ ଜଗନ୍ନାଥ ସାରା ବିଶ୍ୱର ଅଗଣିତ ଭକ୍ତଙ୍କ ପ୍ରର୍ଥନା ଶୁଣିଛନ୍ତି । ରଥଯାତ୍ରା ହେବା ନେଇ ସୁପ୍ରିମକୋର୍ଟ ରାୟ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ସହଯୋଗର ହାତ ବଢ଼ାଇଥିବାରୁ ତାଙ୍କୁ ମଧ୍ୟ ଗଜପତି ମହାରାଜ ଧନ୍ୟବାଦ ଜଣାଇଛନ୍ତି ।

ପୂର୍ବରୁ ବିନା ଭକ୍ତରେ ଚଳିତ ବର୍ଷ ରଥଯାତ୍ରା କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ସଭାପତି ଥିବା ପୁରୀ ଗଜପତି ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ । ଏପରିକି ସୁପ୍ରିକୋର୍ଟରେ ରାଜ୍ୟ ସରକାର ରଥଯାତ୍ରା ଆୟୋଜନ ନେଇ ପକ୍ଷ ରଖନ୍ତୁ ବୋଲି ଦାବି କରିଥିଲେ । ଏବେ କଟକଣା ଭିତରେ କୋଭିଡ ଗାଇଡଲାଇନ୍ ମାନି ରଥଯାତ୍ରା କରିବାକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି ।

Leave A Reply

Your email address will not be published.