Latest Odisha News

BREAKING NEWS

ଏଥର ବି ସ୍ନାନଯାତ୍ରାରେ ଛେରା ପହଁରା କରିବେନି ଗଜପତି ମହାରାଜା

ପୁରୀ : ଆସନ୍ତାକାଲି ମହାପ୍ରଭୁଙ୍କ ମହାସ୍ନାନ ଯାତ୍ରା । ଏଥିପାଇଁ ସରିଲାଣି ସମସ୍ତ ପ୍ରସ୍ତୁତି । ହେଲେ ଶ୍ରୀଜିଉଙ୍କ ସ୍ନାନଯାତ୍ରାରେ ଏଥର ଛେରା ପହଁରା କରିବେନି ଗଜପତି ମହାରାଜା ଦିବ୍ୟସିଂହ ଦେବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ନାନ ଯାତ୍ରାରେ ଛେରା ପହଁରା କରିବେ ନାହିଁ ବୋଲି କହିଛନ୍ତି ଗଜପତି ମହାରାଜା । ତେବେ ଗଜପତିଙ୍କ ଅନୁପସ୍ଥିତିରେ ସ୍ନାନ ଯାତ୍ରାରେ ମୁଦିରସ୍ତ କରିବେ ଛେରା ପହଁରା ।

ସ୍ନାନଯାତ୍ରା ପାଇଁ ଆଜି ରାତିରୁ ପୁରୀରେ ଲାଗୁ ହେବ ୧୪୪ ଧାରା । ଆଜି ରାତି ୧୦ଟାରୁ ୨୫ ତାରିଖ ସକାଳ ପର୍ଯ୍ୟନ୍ତ ଜାରି ରହିବ ୧୪୪ ଧାରା । ସେହିପରି ସୁରକ୍ଷା ଦୃଷ୍ଟିରୁ ମୁତୟନ ହେବେ ୩୫ ପ୍ଲାଟୁନ ଫୋର୍ସ । ଏହାସହ ସହରର ୧୫ଟି ସ୍ଥାନରେ ଲାଗିଛି ସିସିଟିଭି । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ବିନା ଭକ୍ତରେ ସ୍ନାନଯାତ୍ରା ଅୟୋଜନ ନେଇ ସରକାରଙ୍କ ନିର୍ଦ୍ଦେଶ ରହିଛି । ସେହି ଅନୁଯାୟୀ ସମସ୍ତ ପଦକ୍ଷେପ ନିଆଯାଇଛି । ସ୍ନାନଯାତ୍ରାରେ ସୁରକ୍ଷା ବ୍ୟବସ୍ଥାରେ ୫ଜଣ ଅତିରିକ୍ତ ଏସପି, ୨୩ ଜଣ ଡ଼ିଏସପି, ୪୧ ଜଣ ଇନ୍ସପେକ୍ଟର, ୧୫୦ ଜଣ ଅନ୍ୟ ଅଫିସର ମୁତୟନ ରହିବେ । କେବଳ ନୀତି ସହିତ ସମ୍ପୃକ୍ତ ସେବାୟତ ତଥା ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇ ଥିବା ସେବାୟତଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡାଯିବ ।

Leave A Reply

Your email address will not be published.