Latest Odisha News

BREAKING NEWS

ଇନ୍ଦିରା ହେବେ କଙ୍ଗନା !

ମୁମ୍ବାଇ: ବଲିଉଡର କୁଇନ ଭାବେ ପରିଚିତ କଙ୍ଗନା ରାନାୱିତ ବଳିଷ୍ଠ ଅଭିନୟ ଏବଂ ବିଭିନ୍ନ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିଥାଙ୍କ ଜୀବନୀ କରିବା ପରେ ଏବେ ଖୁବ୍ ଶୀଘ୍ର ଇନ୍ଦିରା ଗାନ୍ଧୀଙ୍କ ଉପରେ ନିର୍ମିତ ଏକ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ଏମର୍ଜେନ୍ସି ଉପରେ ଏହି ଫିଲ୍ମ ଆଧାରିତ ହେବ । କଙ୍ଗନା ଏଥିରେ ଇନ୍ଦିରାଙ୍କ ଭୂମିକା କରିବେ ।

ରିପୋର୍ଟ ମୁତାବକ ଏହି ଫିଲ୍ମ ମାଧ୍ୟମରେ ଏମର୍ଜେନ୍ସି ସମୟର କେତେକ ରହସ୍ୟ ପରଦା ମାଧ୍ୟମରେ ସମ୍ମୁଖକୁ ଆସିବ । ଫିଲ୍ମର ଶୁଟିଂ ଆରମ୍ଭ ହୋଇଗଲାଣି ବୋଲି କଙ୍ଗନା ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି । ସେ ନିଜ ଚରିତ୍ରକୁ ଜୀବନ୍ତ କରିବା ପାଇଁ ମେକଅପ କରୁଥିବାରୁ ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି ।

Leave A Reply

Your email address will not be published.