Latest Odisha News

ଶ୍ରୀମନ୍ଦିରରେ ଭିଡ଼: ଅନ୍ ଲାଇନ୍ ସ୍ଲଟ୍ ବୁକିଂ ପାଇଁ ପରାମର୍ଶ ଦେଲେ ଗଜପତି

ପୁରୀ: ଚାରି ଦ୍ୱାର ଖୋଲିବା ପରେ ବି ଶ୍ରୀମନ୍ଦିରରେ ଭିଡ କମୁନାହିଁ। ପ୍ରଥମେ କୁହାଯାଉଥିଲା କେବଳ ସିଂହଦ୍ୱାର ପ୍ରବେଶ ସ୍ଥଳ ଥିବାରୁ ଭିଡ ହେଉଛି ତେଣୁ ସମସ୍ତ ଦ୍ୱାର ଖୋଲିଲେ ଏ ସମସ୍ୟା ଆଉ ହେବ ନାହିଁ। ତେଣୁ ନୂଆ ସରକାର ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ଚାରି ଦ୍ୱାର ଖୋଲିଛନ୍ତି। କିନ୍ତୁ ସ୍ଥିତିରେ ସୁଧାର ଆସୁନଥିବାରୁ ଏହାକୁ ନେଇ ବିଚାର ବିମର୍ଶ ଚାଲିଛି।

ଏହାରି ଭିତରେ ଓଟିଭିକୁ ସାକ୍ଷତକାର ଦେଇ ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଛନ୍ତି ତାଙ୍କ ମନର କଥା। ଶ୍ରଦ୍ଧାଳୁଙ୍କ ଗହଳି କମାଇବା ପାଇଁ ସେ ଏକ ଆପ୍ସ ଡେଭଲପମେଂଟ ବା ବିକଶିତ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଯେଉଁଥିରେ ଅନ୍ ଲାଇନ୍ ସ୍ଲଟ ବୁକିଂ ଭଳି ବ୍ୟବସ୍ଥା ରହିବ। ସ୍ଲଟ ବୁକିଂ ନମ୍ବରକୁ ରିସେପସନରେ ଦେଖାଇଲେ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ। ସ୍ଲୁଟ ବୁକିଂରେ ଯଦି ସମୟ ଅପରାହ୍ନ ଗୋଟାଏ ସମୟ ଦେଖାଇବ ତାହେଲେ ସଂପୃକ୍ତ ବ୍ୟକ୍ତି ପୁରୀର ଅନ୍ୟ ସ୍ଥାନ ବୁଲିପାରିବେ। ଆଉ ଗୋଟାଏ ବେଳକୁ ମନ୍ଦିର ପାଖରେ ଆସି ପହଂଚିଲେ ସ୍ଲଟ ବୁକିଂ ନମ୍ବର ଦେଖାଇ ମନ୍ଦିର ଭିତରେ ପ୍ରବେଶ କରି ଦର୍ଶନ କରିପାରିବେ। ଏପରି କଲେ ନିର୍ଦ୍ଦିଷ୍ଟ ଶ୍ରଦ୍ଧାଳୁ ମନ୍ଦିର ଭିତରେ ଦର୍ଶନ କରିପାରିବେ। ଯାହାକୁ ପରିଚାଳନା କରିବ ସହଜ ହେବ।

ଗଜପତି ମହାରାଜ କହିଛନ୍ତି, କୋଭିଡ ପରଠାରୁ ମନ୍ଦିର ପ୍ରବେଶ ଉପରେ କଟକଣା ରହିଥିଲା। କେବଳ ସିଂହଦ୍ୱାର ପ୍ରବେଶ ସ୍ଥଳୀ ଥିଲା। କିନ୍ତୁ ପରିକ୍ରମା ପ୍ରକଳ୍ପ ପରେ ଠାକୁରଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଆହୁରି ବଢ଼ିବାରେ ଲାଗିଛି।

Leave A Reply

Your email address will not be published.