Latest Odisha News

BREAKING NEWS

ଗଲୱାନ ଟୁଇଟ ବିବାଦ: କ୍ଷମା ମାଗିଲେ ରିଚା, ଅକ୍ଷୟ କହିଲେ କୃତଘ୍ନ ହେବା ଠିକ ନୁହେଁ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରିଚା ଚଡ୍ଡାଙ୍କୁ ସେନା ଏବଂ ଗଲୱାନ ସମ୍ପର୍କୀତ ଟୁଇଟ ନେଇ ଅପଦସ୍ତ ହେବାକୁ ପଡିଛି । ତାଙ୍କର ଏହି ଟୁଇଟ ବିବାଦୀୟ ଏବଂ ଅସନ୍ତୋଷ ସୃଷ୍ଟି କରିବାରୁ ଶେଷରେ ସେ କ୍ଷମା ପ୍ରାର୍ଥନା କରିଛନ୍ତି । ଯଦି ମୋର କୌଣସି ଟୁଇଟ ଆପଣମାନଙ୍କୁ ଆଘାତ ଦେଇଛି ତାହାହେଲେ ମୁଁ ଦୁଃଖିତ ଏବଂ ଏ ନେଇ କ୍ଷମା ମାଗୁଛି । କୌଣସି ଉଦ୍ଦେଶ୍ୟ ନେଇ ମୁଁ ଏପରି ଲେଖି ନାହିଁ ବୋଲି ରିଚା କହିଛନ୍ତି । ଏପରିକି ଅଭିନେତା ଅକ୍ଷୟ କୁମାର ମଧ୍ୟ ଏହି ଘଟଣାରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ସେନା ଯୋଗୁ ଆମେ ସୁରକ୍ଷିତ ଅଛୁ । ଏତେଟା କୃତଘ୍ନ ହେବା ଠିକ କଥା ନୁହେଁ । ଦି କଶ୍ମୀର ଫାଇଲ୍ସ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ମଧ୍ୟ ରିଚାଙ୍କୁ ଏ ନେଇ ଟାର୍ଗେଟ କରିଥିଲେ ।

ସୂଚନାଯୋଗ୍ୟ, ଭାରତୀୟ ସେନା କମାଣ୍ଡର ଲେଫ୍ଟନଂଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଥିଲେ, ଆମେ ପ୍ରସ୍ତୁତ । ସରକାର ନିର୍ଦ୍ଦେଶ ଦେଲେ ପିଓକେକୁ ହାତେଇ ପାରିବୁ । ରିଚା ଦ୍ୱିବେଦୀଙ୍କ ଟୁଇଟ କୋଟ କରି ଗଲୱାନ ସେୟଜ ହାଏ ବୋଲି ଉଲ୍ଲେଖ କରିଥିଲେ । ବାସ ଏହା ପରେ ସୋସିଆଲ ମିଡିଆରେ ୟୁଜର୍ସମାନେ ତାଙ୍କୁ ଟ୍ରୋଲ କରିବାକୁ ଲାଗିଥିଲେ ।

Leave A Reply

Your email address will not be published.