Latest Odisha News

ତାହାହେଲେ ଏଥିପାଇଁ ଚାମ୍ପିୟନ୍ସ ଟ୍ରଫି ଟିମରେ ସାମିଲ ହେଲେ ବରୁଣ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଏବେ ଚାମ୍ପିୟନ୍ସ ଟ୍ରଫି ଟାଇଟଲ ହାସଲ ନେଇ ସମସ୍ତ ପ୍ରକାର ଉଦ୍ୟମ ଆରମ୍ଭ କରିଛି । ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ କ୍ଲିନ ସୁଇପ କରିବା ଦଳର ମନୋବଳ ବଢ଼ାଇଛି । ଆଘାତପ୍ରାପ୍ତ ପେସ ବୋଲର ଯଶପ୍ରୀତ ବୁମରାହଙ୍କ ସ୍ଥାନରେ ହର୍ଷିତ ରାଣାଙ୍କୁ ଚୂଡାନ୍ତ ଦଳରେ ସାମିଲ କରାଯାଇଛି । ତେବେ ଟିମ ମ୍ୟାନେଜମେଂଟ ଆଶ୍ଚର୍ଯ୍ୟଜନକ ଭାବେ ଯଶସ୍ୱୀ ଜୈସୱାଲଙ୍କୁ ବାଦ ଦେଇ ବରୁଣ ଚକ୍ରବର୍ତିଙ୍କୁ ସାମିଲ କରିଛି । ୫ମ ସ୍ପିନର ଭାବେ ବରୁଣ ଦଳ ସହିତ ଯୋଡି ହୋଇଛନ୍ତି । ଏହା ପୂର୍ବରୁ ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୂଲଦୀପ ଯାଦବ ଓ ୱାଶିଂଟନ ସୁନ୍ଦର ଦଳ ସହିତ ରହିଛନ୍ତି ।

କାହିଁକି ସାମିଲ ହେଲେ ବରୁଣ: ବରୁଣ ଚକ୍ରବର୍ତିଙ୍କଚୁ କାହିଁକି ଦଳରେ ସାମିଲ କରାଗଲା ତାହା ଟିମ ଇଣ୍ଡିଆର କୋଚ ଗୌତମ ଗମ୍ଭୀର ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, ବରୁଣ ଆମ ପାଇଁ ଏକ୍ସ ଫ୍ୟାକ୍ଟର ହେବେ । ମ୍ୟାଚର ମଧ୍ୟ ଭାଗରେ ଆମକୁ ବରୁଣଙ୍କ ପରି ୱିକେଟ ହାସଲକାରୀ ବୋଲରଙ୍କ ଆବଶ୍ୟକତା ରହିଥିଲା । ବରୁଣ ନିଶ୍ଚିତ ଭାବେ ବିପକ୍ଷ ଦଳକୁ ହରଡଘଣାରେ ପକାଇବେ ବୋଲି ଗମ୍ଭୀର କହିଛନ୍ତି । ତେବେ ପିଚକୁ ଅନୁଧ୍ୟା କରି ମ୍ୟାଚ ପୂର୍ବରୁ ଚୂଡାନ୍ତ ଏକାଦଶ ଚୟନ କରାଯିବ । ଯଶସ୍ୱୀ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ଟିମର ଆବଶ୍ୟକତା ଦୃଷ୍ଟିକୋଣରୁ ତାଙ୍କୁ ବାଦ ଦିଆଯାଇଛି । ଯଶସ୍ୱୀ ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଆନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ସେ ୨୨ ବଲରେ ୧୫ ରନ କରିଥିଲେ । ଏହା ପରେ ତାଙ୍କୁ ବାକି ମ୍ୟାଚରେ ଖେଳା ଯାଇ ନ ଥିଲା ।

Comments are closed.