Latest Odisha News

BREAKING NEWS

ଭୁବନେଶ୍ୱରରେ ଜୁଆ ଆଡ୍ଡା ଠାବ, ୯ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଗୋଟିଏ ହୋଟେଲରେ ଶୁକ୍ରବାର ରାତିରେ ଚଢାଉ କରି ଏକ ଜୁଆ ଆଡ୍ଡା ଠାବ କରାଯାଇଛି । ଏପରିକି ପାଖାପଖି ୯ଜଣଙ୍କୁ ଗିରଫ କରିଛି ପୋଲିସ।

ପୋଲିସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ସ୍ଥାନୀୟ ଆଇଆରସି ଭିଲେଜ ନିକଟ ଭିଆଇପି କଲୋନୀରେ ଥିବା ଏକ ହୋଟେଲରେ ଚଢାଉ କରାଯାଇଥିଲା । ପରେ ଜୁଆ ଖେଳରେ ସମ୍ପୃକ୍ତି ନେଇ ୯ ଜଣଙ୍କୁ ଗିରଫ କରାଯିବା ସହ ଗୋଟିଏ କାର ମଧ୍ୟ ଜବତ କରାଯାଇଥିଲା ।

ଏପରିକି ସେମାନଙ୍କ ଠାରୁ ନଗଦ ୧.୫ଲକ୍ଷ ଟଙ୍କା ଜବତ କରାଯାଇଛି ।

ତେବେ ଗିରଫ ବ୍ୟକ୍ତିମାନେ ବ୍ୟବସାୟୀ ଓ କଣ୍ଟ୍ରାକ୍ଟର ହୋଇଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.