Latest Odisha News

BREAKING NEWS

କ୍ୱାରେଣ୍ଟାଇନ ଫଣ୍ଡ ପାଇଁ ୬୨ କୋଟି 

ଭୁବନେଶ୍ୱର: ରାଜ୍ୟରେ ସଙ୍ଗରୋଧ ସାରିଥିବା ଲୋକଙ୍କ ପାଇଁ ୬୨ କୋଟି ଟଙ୍କାର କ୍ୱାରେଣ୍ଟାଇନ ଫଣ୍ଡ ପ୍ରଦାନ ନେଇ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର  । ୬୦ କୋଟି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପାଇଁ ମଗାଯାଇଥିବା ଚିଠିରେ ଉଲ୍ଲେଖ ରହିଛି  । ଆଉ ୨ କୋଟି ଗୃହ ଏବଂ ନଗର ଉନ୍ନୟନ ବିଭାଗକୁ ଦେବାକୁ ଚିଠି ଲେଖିଛନ୍ତି ଏସଆରସି ପ୍ରଦୀପ ଜେନା  । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ୬୨ କୋଟି ଦେବାକୁ ନିବେଦନ କରିଛନ୍ତି ଏସଆରସି  । ଏନେଇ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବଙ୍କୁ ଚିଠି ଲେଖିଛନ୍ତି ।  ସଙ୍ଗରୋଧ କେନ୍ଦ୍ରରେ  କ୍ୱାରେଣ୍ଟାଇନ ଅବଧି ସରିଲେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି  ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଥିଲେ  । ଏଥିଲାଗି ୬୨ କୋଟିର କ୍ୱାରେଣ୍ଟାଇନ ଫଣ୍ଡ ପ୍ରଦାନ ନେଇ ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖାଯାଇଛି  ।

Leave A Reply

Your email address will not be published.