Latest Odisha News

BREAKING NEWS

କଟକ: ଜୁଆ ଆଡ୍ଡାରେ ପୋଲିସ ଚଢାଉ,୨ ଗିରଫ

କଟକ : କଟକର ବକ୍ସି ବଜାରସ୍ଥିତ ଏକ ଗ୍ୟାସ ଫିଲିଂ ଦୋକାନ ନିକଟରେ କିଛି ଲୋକ ଜୁଆ ଖେଳୁଥିବା ବେଳେ କ୍ୟାଣ୍ଟନମେଣ୍ଟ୍ ପୋଲିସ ଚଢାଉ କରିଛି ।

ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ବିଦେଶୀ ନାୟକ (୫୦) ଓ ଅନ୍ୟ ଜଣେ ଶେଖ ରାଜୁ (୪୦) ।

ପୋଲିସ ଚଢାଉ କରିବା ବେଳେ ଦୁହିଁଙ୍କ ନିକଟରୁ ୨ଟି ମୋବାଇଲ ଫୋନ୍ ସହ ନଗଦ ୧୪୯୦ ଟଙ୍କା ଜବତ କରିଛି ।

ତେବେ ଏହି ଘଟଣା ସମ୍ପର୍କରେ ପୋଲିସ ତଦନ୍ତ ଜାରି ରଖିଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.